ଅପରାଧ

ପାରିବାରିକ କଳି ନେଲା ଉଗ୍ର ରୂପ; ସ୍ତ୍ରୀ ଗଳା କାଟିବା ପରେ ନିଜ ତଣ୍ଟି କାଟିଲା ସ୍ୱାମୀ – Ibnodisha

[ad_1]

ମାଲକାନଗିରି : ଶ୍ୱଶୁର ଘରେ କେହି ନଥିବା ବେଳେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କଳି ଝଗଡ଼ାର ଚରମ ପରିଣତି ଦେଖାଯାଇଛି । ସ୍ତ୍ରୀର ଗଳା କାଟିବା ପରେ ନିଜେ ନିଜର ଗଳା କାଟିଛି ସ୍ୱାମୀ । ଉଭୟ ଗଳା କଟିବା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଭୟ ଚିତ୍କାର କରୁଥିଲେ । ପ୍ରଥମେ ସ୍ତ୍ରୀ ପ୍ରାଣ ହାରିବା ପରେ ସାହି ଲୋକ ସ୍ୱାମୀକୁ ଉଦ୍ଧାର କରି ମେଡିକାଲକୁ ସ୍ଥାନାନ୍ତର କରିଥିଲେ ମଧ୍ୟ ମାତ୍ର କେଇ ମିନିଟ ବ୍ୟାବଧାନରେ ସ୍ୱାମୀଙ୍କର ମଧ୍ୟ ପ୍ରାଣବାୟୁ ଉଡ଼ିଯାଇଥିଲା । ଏଭଳି ଲୋମହର୍ଷଣକାରୀ ଦୃଶ୍ୟ ଦେଖିବାକୁ ମିଳିଥିଲା ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ରହିଥିବା ବଣ୍ଡାଲଗୁଡା ସାହିରେ । ସୂଚନା ମୁତାବକ ଆଜି ଅପରାହ୍ଣ ପ୍ରାୟ ୨ଟା ବେଳେ ଏହି ଗ୍ରାମର ପେଦୀ ବେଣୁ କୁମାରୀ ନିଜ ଘରେ ଥିବା ବେଳେ ସ୍ୱାମୀ ପି କୋଣ୍ଡା ବାବୁଙ୍କ ସହ କୌଣଷି କାରଣରୁ ଝଗଡ଼ା ହୋଇଥିଲା ।

କେଇ ମିନିଟ ମଧ୍ୟରେ ଝଗଡ଼ା ଏତେ ତୀବ୍ରତର ହେଲା ଯେ କୋଣ୍ଡା ବାବୁ ଘରେ ରହିଥିବା ଧାରୁଆ ଛୁରି ସାହାଯ୍ୟରେ ହଠାତ୍ ବେଣୁ କୁମାରୀଙ୍କ ଗଳା କାଟି ଦେଇଥିଲା । ଏହାପରେ ବେଣୁ କୁମାରୀଙ୍କ ରକ୍ତସ୍ରାବ ଦେଖି ଆତ୍ମହରା ହୋଇ ପଶ୍ଚାତାପ ସ୍ୱରୁପ ନିଜର ଗଳା ମଧ୍ୟ କାଟି ଦେଇଥିଲା । ପୁରା ଘର ରକ୍ତ ଜୁଡ଼ୁବୁଡ଼ୁ ହୋଇଯାଇଥିବା ବେଳେ ଉଭୟଙ୍କ ଚିତ୍କାର ଶୁଣି ପାଖାପାଖି ଲୋକେ ଆସି ଉଦ୍ଧାର କରିଥିଲେ । ତେବେ ଘଟଣାସ୍ଥଳରେ ସ୍ତ୍ରୀ ବେଣୁ କୁମାରୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକ ପଡ଼ିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୁରୁତରଙ୍କୁ ଡାକ୍ତରଖାନାକୁ ନେଉଥିଲେ । ବାଟରେ ସ୍ୱାମୀ କୋଣ୍ଡା ବାବୁ ମଧ୍ୟ ପ୍ରାଣ ହରାଇଥିଲେ । ଏହି ଘଟଣା ବାବଦରେ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ସ୍ଥାନୀୟ ଅଞ୍ଚଳକୁ କର୍ଡ଼ନ ସହ ସିଲ୍ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button