ଅପରାଧ
୪୫ ମହିଳା ଓ ଛାତ୍ରୀଙ୍କୁ ଯୌନ ନିର୍ଯାତନା; ପାକିସ୍ତାନରେ ସ୍କୁଲ ପ୍ରିନ୍ସିପାଲ ଗିରଫ – Ibnodisha

[ad_1]
ଇସଲାମାବାଦ: ୪୫ ଜଣ ମହିଳା ଓ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୌନ ନିର୍ଯାତନା ଦେଇ ବ୍ଲାକ୍ମେଲିଂ କରୁଥିବା ଅଭିଯୋଗରେ ପାକିସ୍ତାନ ପୁଲିସ ବୁଧବାର କରାଚି ସହରରେ ଜଣେ ସ୍କୁଲ ପ୍ରିନ୍ସିପାଲଙ୍କୁ ଗିରଫ କରିଛି । ଇର୍ଫାନ ଗଫୁର ମେମନ୍ ନାମକ ଏହି ପ୍ରିନ୍ସିପାଲ ତାଙ୍କ ପଦର ଅପବ୍ୟବହାର କରି ସପୃକ୍ତ ସ୍କୁଲରେ କାର୍ଯ୍ୟରତ ଶିକ୍ଷୟିତ୍ରୀ, ମହିଳା କର୍ମଚାରୀ ଓ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ସହ ପ୍ରକୋଷ୍ଠକୁ ଡାକି ଯୌନ ନିର୍ଯାତନା ଦେଇଥିବା ଜଣାପଡିଛି ।
ପ୍ରକୋଷ୍ଠରେ ଲାଗିଥିବା ସିସିଟିଭି ଫୁଟେଜ୍କୁ ଆଧାର କରି ସେ ବ୍ଲାକ୍ମେଲିଂ କରୁଥିବା କୁହାଯାଇଛି । ପୁଲିସ ଇତିମଧ୍ୟରେ ଇର୍ଫାନଙ୍କ ମୋବାଇଲ, ସିସିଟିଭି ଫୁଟେଜ ଜବତ କରି ଅଧିକ ତଦନ୍ତ ଚଳାଇଥିବା କୁହାଯାଇଛି । ଇର୍ଫାନଙ୍କୁ ୭ ଦିନ ପାଇଁ ଜେଲ୍ ପଠାଯାଇଛି ।
[ad_2]



