ମନୋରଞ୍ଜନ

ରାଖି ସାୱନ୍ତଙ୍କ ବିରୋଧରେ ଅଭିଯୋଗ ଆଣି ‘ମୋ ଜୀବନ ବିପଦରେ ଅଛି’ ବୋଲି କହିଲେ ଆଦିଲ୍‌ – Ibnodisha

[ad_1]

ମୁମ୍ବାଇ: ଅଭିନେତ୍ରୀ ତଥା ‘ବିଗ୍ ବସ୍’ ‌ଫେମ୍‌ ରାଖି ସାୱନ୍ତ ଏବଂ ତାଙ୍କ ସ୍ୱାମୀ ଆଦିଲ ଖାନ୍ ଦୁରାନୀଙ୍କ ମଧ୍ୟରେ କଳହ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି।  ଦୁହେଁ ପରସ୍ପରଙ୍କ ବିରୋଧରେ ଗଣମାଧ୍ୟମରେ ବିଭିନ୍ନ ପ୍ରକାରର ବୟାନ ଦେଉଛନ୍ତି।

ବର୍ତ୍ତମାନ ଆଦିଲ ଖାନ ଦୁରାନୀ ରାଖି ସାୱନ୍ତଙ୍କ ଉପରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ଦାବି କରିଛନ୍ତି ଯେ ରାଖୀ ସାୱନ୍ତ ତାଙ୍କୁ ହତ୍ୟା କରିବାକୁ ଯୋଜନା କରୁଛନ୍ତି।
ଏକ ସାମ୍ବାଦିକ ସମ୍ମିଳନୀରେ ଆଦିଲ ଖାନ ଦୁରାନୀ କହିଛନ୍ତି, ‘‘ଯାହା ବି କିଛି ପ୍ରମାଣ ଅଛି, ତାହାକୁ କୋର୍ଟରେ ଉପସ୍ଥାପନ କର। ଅବାନ୍ତର କଥା ସବୁ କହି ମୋ ଉପରେ ଅଭିଯୋଗ ଆଣନାହିଁ। ମୁଁ ମୌସୁରରେ ଜଣେ ସୁପାରି କିଲର୍‌ ନାମରେ ଅଭିଯୋଗ ଆଣିଛି। ମୋ ଜୀବନ ବିପଦରେ ଅଛି। ମୋ ଜୀବନ ବିପଦରେ ଅଛି ବୋଲି ମୁଁ ଓସିୱାରା ପୁଲିସ ଷ୍ଟେସନରେ ମଧ୍ୟ ଅଭିଯୋଗ କରିଛି। ରାଖି ସାୱନ୍ତ ମୋତେ ହତ୍ୟା କରିବାକୁ ଚାହୁଁଛନ୍ତି। ‌ସେ ମୋ ପଛରେ ଜଣେ ସୁପାରି କିଲର୍‌କୁ ଲଗାଇଛନ୍ତି ବୋଲି ମୁଁ ମୌସୁର ପୁଲିସ୍‌କୁ ଜଣାଇଛି।’’

ଆଦିଲ ଖାନ ଆହୁରି ବି କହିଛନ୍ତି, ‘‘ଯଦି ମୋ ସହିତ କିଛି ଘଟେ। ମୁଁ ମରିଯାଏ କିମ୍ବା ମୋର କିଛି ହୋଇଯାଏ ତେବେ ଏଥିପାଇଁ ରାଖି ସାୱନ୍ତ ଏବଂ ଶେଲି ଲାଠୌର୍‌ ଦାୟୀ ରହିବେ।’’

ଅନ୍ୟପକ୍ଷରେ ରାଖି ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ପ୍ରକାଶ କରିଛନ୍ତି ଯେ ସେ ଆଦିଲଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ସଂଗ୍ରହ କରିଛନ୍ତି। ସେ ଦାବି କରିଛନ୍ତି ଯେ ଆଦିଲ ତାଙ୍କୁ ବିବାହ କରିବା ପୂର୍ବରୁ ୨-୩ ଥର ବିବାହ କରିଥିଲେ। ରାଖି ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ଆଦିଲ ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button