ମନୋରଞ୍ଜନ

ଛାଡପତ୍ର ଚର୍ଚ୍ଚା ବଳେ ସ୍ୱାମୀଙ୍କୁ ଚୁମ୍ବନ ଦେଲେ ନୟନତାରା – Ibnodisha

[ad_1]

ମୁମ୍ବାଇ: କିଛିଦିନ ତଳେ ସାଉଥ ସୁପରଷ୍ଟାର ନୟନତାରା ସ୍ବାମୀଙ୍କୁ ଇନଷ୍ଟାରେ ‘ଅନଫଲୋ’ କରିବା ପରେ ଛାଡପତ୍ର ଦେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ହେଲେ ଏବେ ବିଗ୍ନେଶ ଶିବନଙ୍କ ପୋଷ୍ଟ ଚର୍ଚ୍ଚାକୁ ମିଛ ବୋଲି ପ୍ରମାଣ କରିଛି | ଜୁନ ୨୦୨୨ରେ ନୟନତାରା, ନିର୍ଦ୍ଦେଶକ ବିଗ୍ନେଶ ଶିବନଙ୍କୁ ବିବାହ କରିଥିଲେ। ନିଜ ପରିବାର ଓ ବନ୍ଧୁପରିଜନଙ୍କ ଉପସ୍ଥିତିରେ ଦୁହେଁ ପରସ୍ପରଙ୍କୁ ଜୀବନସାଥୀ ରୂପେ ବାଛିଥିଲେ। ବିବାହର ଚାରି ମାସ ପରେ ଅକ୍ଟୋବର ୯‌ରେ ସରୋଗେସି ଜରିଆରେ ଯମଜ ପୁତ୍ର ସନ୍ତାନଙ୍କ ମାତାପିତା ହୋଇଥିବା ନେଇ ଟ୍ବିଟ କରି ସୂଚନା ଦେଇଥିଲେ ବିଗ୍ନେଶ। ଏବେ ବିବାହକୁ ପ୍ରାୟ ୨ବର୍ଷ ହୋଇଥିବା ବେଳେ କିଛି ଦିନ ତଳେ ଦୁହିଁଙ୍କ ମଧ୍ୟରେ ସବୁକିଛି ଠିକ ନଥିବା ଚର୍ଚ୍ଚା ହୋଇଥିଲା। ସ୍ବାମୀଙ୍କୁ ଇନଷ୍ଟାରେ ‘ଅନଫଲୋ’ କରିବା ସହ ନୟନତାରା ଯେଉଁ ଷ୍ଟାଟସ ଦେଇଥିଲେ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ରେଡିଟରେ କରାଯାଇଥିବା ପୋଷ୍ଟରେ ଦାବି କରାଯାଇଥିଲା ଯେ, ସ୍ବାମୀଙ୍କୁ ଇନଷ୍ଟାରେ ‘ଅନଫଲୋ’ କରିଛନ୍ତି ନୟନତାରା। ଏହା ସହ ନୟନତାରା ଷ୍ଟାଟସ ଦେଇଥିଲେ ଯେ, ‘ଆଖିରେ ଲୁହ ଥିଲେ ବି ସେ ସବୁବେଳେ କହିବ ମୁଁ ଏହାର ସାମ୍ନା କରିପାରିବି।’ ତାଙ୍କର ଏଭଳି ପୋଷ୍ଟ ପରେ ଛାଡପତ୍ର ହେବା ନିଶ୍ଚିତ ବୋଲି ଲୋକେ ଚର୍ଚ୍ଚା କରୁଥବା ବେଳେ ଏବେ ବିଗ୍ନେଶ ପୋଷ୍ଟ ଚର୍ଚ୍ଚା ଉପରେ ବିରାମ ଲଗାଇଛି | ସେ ଏକ ଭିଡିଓକୁ ନିଜ ଇନଷ୍ଟା ଷ୍ଟାଟସରେ ସେୟାର କରିଛନ୍ତି, ଯେଉଁଥିରେ ନୟନତାରା ତାଙ୍କୁ ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଛି |

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button