ରାଜନୀତି

ମେରା ଭାରତ ମେରା ପରିବାର : ମୋଦି – Ibnodisha

[ad_1]

ଭୁବନେଶ୍ୱର : କିଛି ଲୋକଙ୍କୁ ଆମ ନୀତି, ନିଷ୍ଠାପର ଉଦ୍ୟମ ପସନ୍ଦ ଆସୁନି । ଇଣ୍ଡି ମେଣ୍ଟ ଲୋକମାନେ ଏବେ ମୋଦିଙ୍କୁ ସମାଲୋଚନା କରୁଛନ୍ତି । ମୋଦିର ପରିବାର ନାହିଁ ବୋଲି ସେମାନେ କହୁଛନ୍ତି । ଇଣ୍ଡି ମେଣ୍ଟର ବିଚାରଧାରା ପରିବାର ପ୍ରଥମ । ମୋଦିର ବିଚାରଧାରା ଦେଶ ପ୍ରଥମ କହିଲେ ପ୍ରଧାନମନ୍ତ୍ରୀ । ସେମାନେ ପରିବାର ପାଇଁ ବଞ୍ଚନ୍ତି, ମୋଦି ଦେଶ ପାଇଁ ବଞ୍ଚେ । ମୋଦି କୋଟି କୋଟି ପୁଅଝିଅଙ୍କ ଭଲ ଭବିଷ୍ୟତ ଚିନ୍ତା କରେ । ଇଣ୍ଡି ମେଣ୍ଟର ଲକ୍ଷ୍ୟ ମୋଦିକୁ ହଟାଇବା । ମୋଦିର ଲକ୍ଷ୍ୟ ଭାରତକୁ ତୃତୀୟ ବୃହତ୍ତମ ଅର୍ଥନୀତି କରିବା । ସେମାନେ ନିଜ ପରିବାର ପାଇଁ ବଡ ବଡ ମହଲ ବନାଉଛନ୍ତି । ମୋଦି ଗରିବ ଲୋକଙ୍କ ପାଇଁ ପକ୍କା ଘର ବନାଉଛି । ମୋଦି ୧୫ କୋଟି ଲୋକଙ୍କୁ ଗରୀବରୁ ମୁକ୍ତି ଦେଇଛି । ମୋଦିର ନାରା ମେରା ଭାରତ ମେରା ପରିବାର । ଏହି କଥା ପରିବାରବାଦୀଙ୍କୁ ଭାରୀ କଷ୍ଟ ଦେଉଛି । କୋଲିଠାରୁ କୋଟି କୋଟି ଲୋକ ମୁଁ ମୋଦି ପରିବାରର କହୁଛନ୍ତି । ଓଡିଶାରେ ଅଧିକରୁ ଅଧିକ ପଦ୍ମଫୁଲ ଫୁଟାଇବେ ବୋଲି ଆଶା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button