ରାଜନୀତି

କୋଟି କୋଟି ଟଂକାର ପ୍ରକଳ୍ପ ଲୋକଙ୍କ କାର୍ଯ୍ୟରେ ଆସୁନାହିଁ: କଂଗ୍ରେସ – Ibnodisha

[ad_1]

ଖତ ଖାଇଲାଣି ପ୍ଲାନେଟେରିୟମ ଓ ଶୀତଳ ଭଣ୍ଡାର

ରାୟଗଡା: ରାୟଗଡା ଜିଲ୍ଲାରେ କୋଟି କୋଟି ଟଂକା ଖର୍ଚ୍ଚ କରାଯାଇ ବିଭିନ୍ନ ପ୍ରକଳ୍ପ ନିର୍ମାଣ ହୋଇଥିଲେ ମଧ୍ୟ ଲୋକଙ୍କ କାର୍ଯ୍ୟରେ ଲାଗିପାରୁ ନାହିଁ ବୋଲି ଆଜି କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ ଗର୍ଜିଥିଲା। ରାଜ୍ୟ କଂଗ୍ରେସର ସାଧାରଣ ସଂପାଦକ ଦୁର୍ଗା ପ୍ରସାଦ ପଣ୍ଡା ସରକାରଙ୍କ ବିରୋଧରେ ଅଭିଯୋଗ କରିଥିଲେ ଯେ ଗତ ୩ ବର୍ଷ ହେଲା ରାୟଗଡା ସହରରେ ଏକ ପ୍ଲାନେଟେରିୟମ ନିର୍ମାଣ ହୋଇଛି। ଏଥିପାଇଁ ପ୍ରାୟ ୧୫ କୋଟିରୁ ଊର୍ଦ୍ଧ୍ବ ଟଂକା ଖର୍ଚ୍ଚ ମଧ୍ୟ କରାଯାଇଛି। ପୁଣି ଏଥିରେ ଯେଉଁ ଯନ୍ତ୍ରାଂଶ ଲାଗିଛି ତାହାକୁ ବିଦେଶରୁ ଅଣାଯାଇଛି। ଯାହାକୁ ଏମିତି ବ୍ୟବହାର ନକରି ବର୍ଷ ବର୍ଷ ଧରି ରଖିଲେ ତାହା ଖରାପ ହେବାର ସମ୍ଭାବନା ରହିଛି। କୋଟି କୋଟି ଟଂକାର ଯନ୍ତ୍ରାଂଶ ଏବଂ ଖତ ଖାଉଛି ବୋଲି କଂଗ୍ରେସ ଅଭିଯୋଗ କରିଥିଲା।

ସେହିପରି ଜିଲ୍ଲାରେ ପ୍ରଚୁର ପରିପରିବା ସାଂଗକି ଋତୁ ଅନୁଯାୟୀ ଫଳ ଫଳୁଛି। ଏହାକୁ ସାଇତି ରଖିବା ପାଇଁ ପ୍ରାୟ ୧୦ କୋଟି ଟଂକାର ଶୀତଳ ଭଣ୍ଡାର ନିର୍ମାଣ କରାଗଲା।କିନ୍ତୁ ସେହି ଶୀତଳ ଭଣ୍ଡାର ୧୨ ବର୍ଷ ହେଲା ଆଜି ପର୍ଯ୍ୟନ୍ତ ଚାଷୀର କାମରେ ଲାଗି ପାରୁ ନାହିଁ। ଚାଷୀଙ୍କର ଫସଲ ନଷ୍ଟ ହେଉଛି।ଏହା ହୋଇଥିଲେ ଚାଷୀ ଆଉ ଦିପଇସା ଅଧିକା ରୋଜଗାର କରିପାରିଥାନ୍ତା। ଆମ୍ବାଗୁଡା ଠାରେ ନକ୍ସଲ ବିରୋଧୀ ଅଭିଯାନରେ ଯୁବକଯୁବତୀମାନଙ୍କୁ ନେଇ ତାଲିମ ଦେବାପାଇଁ କୋଟି କୋଟି ଟଂକା ଖର୍ଚ୍ଚ କରାଯାଇ ତାଲିମ କେନ୍ଦ୍ର ନିର୍ମାଣ ହେଲା।କିନ୍ତୁ କେବଳ ଗୋଟିଏ ବର୍ଷ ହିଁ ତାଲିମ ପ୍ରଦାନ କରାଯାଇ ତାକୁ ବନ୍ଦ କରିଦିଆଯାଇଛି। ଯାହାଫଳରେ ବହୁ ବେକାର ଯୁବକଯୁବତୀ ତାଲିମ ନପାଇ ଚାକିରି ପାରି ପାରୁନଥିବା କୁହାଯାଇଥିଲା। ନକ୍ସଲ ବିରୋଧୀ ଅଭିଯାନରେ ଏହି ବେକାର ଯୁବକଯୁବତୀ ତାଲିମ ନେଇ ଲଢେଇ କରିଥାନ୍ତେ। ପୁଣି ବେକାର ଯୁବକଯୁବତୀମାନେ ଚାକିରି ନପାଇ ନକ୍ସଲଙ୍କ ସହ ହାତ ମିଳାଇବେ ନାହିଁ ବୋଲି କିଏ କହିପାରିବ ବୋଲି କଂଗ୍ରେସ ଅଭିଯୋଗ କରିଥିଲା। ଏଥିପାଇଁ ମଧ୍ୟ ୧୦ କୋଟି ଟଂକା ଖର୍ଚ୍ଚ କରାଯାଇଥିଲା। ଯାହା ଏବେ ଖତ ଖାଉଛି।

ଜିଲ୍ଲାର ଆରଡି, ପୂର୍ତ୍ତ ବିଭାଗ, ବ୍ଲକ, ଆଇଟିଡିଏ ଭଳି ସଂସ୍ଥାରେ କନିଷ୍ଠ ଯନ୍ତ୍ରୀମାନେ ନିମ୍ନମାନର ରାସ୍ତା, ବ୍ରିଜ ନିର୍ମାଣ କରି ପିସି କାରବାର କରି ଜିଲ୍ଲାକୁ ଆହୁରି ତଳକୁ ନେଇଯାଇଛନ୍ତି। ଗତ ମାସରେ କଲ୍ୟାଣସିଂହପୁରର ଠାରେ କଲଭର୍ଟ ଭୁଷୁଡ଼ିବାରୁ ୫ ଜଣଙ୍କର ମୃତ୍ୟୁ ଘଟିଥିଲା। ଅତି ନିମ୍ନମାନର କଲଭର୍ଡ ସେଣ୍ଟ୍ରିଂ କରାଯାଇଥିଲା ବୋଲି ଅଭିଯୋଗ କରାଯାଇଛି। ତେଣୁ ଆଗକୁ ଜିଲ୍ଲାରେ ନିର୍ମାଣ ହେବାକୁ ଥିବା ବ୍ରିଜଗୁଡିକ ଉନ୍ନତମାନର ହେବା ଦରକାର ବୋଲି ଦାବି କରିଥିଲେ। ସେହିପରି ୫-ଟି ଅଧିକାରୀ ଆସି କେବଳ ସହରରେ ବୁଲି ଲୋକଙ୍କୁ ଭୁଆଁ ବୁଲାଇଲେ ଚଳିବ ନାହିଁ। ଗ୍ରାମରେ ଏବଂ ପଞ୍ଚାୟତରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଲେ ଭଲ ହେବ। ଅତି ତରବରିଆ ଭାବେ ସମସ୍ତ ପ୍ରକଳ୍ପ ନିର୍ମାଣ ହେଉଛି କିନ୍ତୁ ଲୋକଙ୍କ ଏହା କାର୍ଯ୍ୟରେ ଲାଗୁ ନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଥିଲା। ଜିଲ୍ଲାପାଳଙ୍କୁ ବାରମ୍ବାର ଏନେଇ ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରାଯାଇଥିଲା। ୧୫ ବର୍ଷ ପରେ ଗାଁକୁ ରାସ୍ତା ଆସିଲେ ତାହା ୧୫ ମାସ ଭିତରେ ଖରାପ ହୋଇଯାଉଥିବା କଂଗ୍ରେସ କହିଥିଲା। ଜିଲ୍ଲାରେ ପିଇବା ପାଣିର ଘୋର ଅଭାବ ହେଉଥିବା ବେଳେ ସରକାର ଏନେଇ କୌଣସି ପଦକ୍ଷେପ ନେଇନଥିବା କହିଥିଲେ। ବିଜେଡି କେବଳ ବିଜ୍ଞାପନର ସରକାର।କାମରେ ନାହିଁ ବୋଲି କଂଗ୍ରେସ କହିଥିଲେ।ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସୁନିଲ ପଣ୍ଡା, ଶଂକର୍ଷଣ ମଙ୍ଗରାଜ, ଆପାଲାସ୍ବାମୀ କାଡ଼୍ରାକା, ମନୋଜ ରଥ, ଅସଲମ ଖାନା ପ୍ରମୁଖ ଉପସ୍ଥିତ ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button