ରାଜନୀତି

ନାମାଙ୍କନ ଦାଖଲ କଲେ ଜୁଏଲ ଓରାମ – Ibnodisha

[ad_1]

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ବିଜେପିର ଭେଟରାନ ଆଦିବାସୀ ନେତା ଜୁଏଲ ଓରାମ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତାଙ୍କ ସହ ଦଳର ବିଧାନସଭା ପ୍ରାର୍ଥୀ ସୁନ୍ଦରଗଡ଼ର କୁସୁମ ଟେଟେ, ତଳସରାର ଭବାନୀ ଭୋଇ ଓ ରାଜଗାଙ୍ଗପୁରର ନରସିଂହ ମିଞ୍ଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସକାଳୁ ଜୁଏଲ ନିଜ ଗାଁ ଲହୁଣିପଡ଼ା ବ୍ଲକର କେନ୍ଦୁଡିହିରେ ଘର କୁଳ ଦେବୀ, ଗାଁ ଦେବୀ ଓ ବଣାଇର ବାବା ବାଣେଶ୍ଵରଙ୍କ ପୀଠରେ ପୂଜାର୍ଚ୍ଚନା କରିବା ପରେ ନାମାଙ୍କନ ପତ୍ର ଦାଖଲ କରିବାକୁ ସୁନ୍ଦରଗଡ଼ ଅଭିମୁଖେ ବାହାରିଥିଲେ। ସୁନ୍ଦରଗଡ଼ ପହଞ୍ଚିବା ପରେ ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ବରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ଏକ ବିଶାଳ ଶୋଭାଯାତ୍ରାରେ ଆସି ସୁନ୍ଦରଗଡ଼ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀଙ୍କଠାରେ ନାମାଙ୍କନପତ୍ର ଦାଖଲ କରିଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button