ରାଜନୀତି

୬ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ବାଚସ୍ପତି – Ibnodisha

[ad_1]

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନରେ ହିମାଚଳ ପ୍ରଦେଶର ୬ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ବାଚସ୍ପତି। ପୂର୍ବ ରାତିରେ ବିଜେପି ଶାସିତ ହରିଆଣାରେ ରହିବା ପରେ ବିଧାୟକମାନେ ବିଧାନସଭାକୁ ଆସି କ୍ରସ୍‌ ଭୋଟ୍‌ ଦେଇଥିଲେ। ପରେ ବିଜେପି ୬ ଜଣ ବିଧାୟକଙ୍କୁ ସେମାନଙ୍କ ‘ସାହସିକତା’ ପାଇଁ ଅଭିନନ୍ଦନ ଜଣାଇଥିଲା। ଆଜି ସେହିମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ଅଯୋଗ୍ୟ ଘୋଷିତ ବିଧାୟକମାନେ ହେଲେ ରାଜିନ୍ଦର ରାଣା, ସୁଧୀର ଶର୍ମା, ଇନ୍ଦର ଦତ୍ତ ଲାଖାନପାଲ, ଦେବନ୍ଦର କୁମାର ଭୁଟ, ରବି ଠାକୁର ଏବଂ ଚେତନ୍ୟା ଶର୍ମା। ରାଜ୍ୟସଭା ନିର୍ବାଚନରେ ଦଳର ହ୍ୱିପକୁ ଉଲ୍ଲଘଂନ କରି କ୍ରସ ଭୋଟିଂ କରିଥିବା କଂଗ୍ରେସର ଏହି ୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି ବାଚସ୍ପତି କୁଳଦୀପ ସିଂ ପଠାନିଆ। ସାମ୍ବାଦିକ ସମ୍ମିଳନୀ କହି କୁଳଦୀପ କହିଛନ୍ତି, ଦଳବଦଳ ଆଇନ ଅନୁଯାୟୀ ୬ ବିଧାୟକଙ୍କ ବିରୋଧରେ ଅଭିଯୋଗ ଆସିଥିଲା । ପରେ ଉଭୟ ପକ୍ଷକୁ ଶୁଣିବା ପରେ ଏଭଳି ନିଷ୍ପତ୍ତି ନିଆଯାଉଛି । ତୁରନ୍ତ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି।ବାଚସ୍ପତି କୁଳଦୀପ ସିଂ ପଠାନିଆ କହିଛନ୍ତି, ‘‘ବିଧାୟକ ମାନେ କଂଗ୍ରେସ ଚିହ୍ନରେ ଲଢି ବିଜୟୀ ହୋଇଥିଲେ । କିନ୍ତୁ ଦଳର ହ୍ୱିପ୍ ଉଲ୍ଲଂଘନ କରିବା ସହ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେଇନଥିଲେ। ସୁପ୍ରିମକୋର୍ଟ ଓ ଅନ୍ୟ କୋର୍ଟଙ୍କ ରାୟକୁ ଅଧ୍ୟୟନ କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button