ଦେଶ

ସାତ ବର୍ଷ ପରେ ଚିନି ରପ୍ତାନି ନିଷିଦ୍ଧ ହେବ – Ibnodisha

[ad_1]

ନୂଆଦିଲ୍ଲୀ: ଦରବୃଦ୍ଧି ମୁକାବିଲା ଲାଗି ଉଦ୍ୟମ ଜାରି ରଖିଥିବା କେନ୍ଦ୍ର ସରକାର ଚିନି ରପ୍ତାନି ଉପରେ କଟକଣା ଲଗାଇବା ବିଷୟରେ ବିଚାର କରୁଛନ୍ତି। ସାତବର୍ଷ ପରେ ପ୍ରଥମ ଥର ପାଇଁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିବେ। ଆସନ୍ତା ଅକ୍ଟୋବରରୁ ଆରମ୍ଭ ହେଉଥିବା ଋତୁରୁ ଚିନି ରପ୍ତାନି ବନ୍ଦ କରିବା ଲାଗି ଚିନି କଳଗୁଡ଼ିକୁ ସରକାର କହିବେ। ଶେଷ ଥର ପାଇଁ ୨୦୧୬ରେ ଚିନି ରପ୍ତାନିକୁ ନିରୁତ୍ସାହିତ କରିବା ଲାଗି ୨୦ ପ୍ରତିଶତ ଟିକସ ଲଗାଯାଇଥିଲା।
ଭଲ ବର୍ଷା ହୋଇନଥିବାରୁ ଏଥର ଆଖୁ ଉତ୍ପାଦନ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି। ସେଥିପାଇଁ ଚିନି ରପ୍ତାନି ବନ୍ଦ କରିବା ବିଷୟରେ ସରକାର ବିଚାର କରୁଛନ୍ତି। ଏହା ପୂର୍ବରୁ ଚାଉଳ ରପ୍ତାନି ଉପରେ କଟକଣା ଲଗାଯାଇଥିବା ବେଳେ ପିଆଜ ରପ୍ତାନି ଉପରେ ୪୦ ପ୍ରତିଶତ ଟିକସ ଲାଗୁ କରାଯାଇଛି। ଦେଶ ଭିତରେ ଆବଶ୍ୟକତା ପୂରଣ କରିବା ଉପରେ ସରକାର ଗୁରୁତ୍ବ ଦେଉଥିବାରୁ ଏଭଳି କଠୋର ପଦକ୍ଷେପ ଗ୍ରହଣ କରୁଛନ୍ତି।

ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଅଧିକ ଆଖୁ ଚାଷ ହେଉଥିବା ବେଳେ ସେଠାରେ ଚଳିତ ବର୍ଷ ମୌସୁମୀ ବର୍ଷା ସ୍ବାଭାବିକଠାରୁ ୫୦ କମ୍ ରହିଛି। ବର୍ଷା ଅଭାବରୁ ଅଧିକ ଜମିରେ ଆଖୁ ଚାଷ ହୋଇପାରିନି। ସେହି ଅନୁସାରେ ଉତ୍ପାଦନ କମିଯିବ। ଅନ୍ୟ ପକ୍ଷରେ ସ୍ଥାନୀୟ ବଜାରରେ ଚିନି ଦାମ୍ ଦୁଇ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ପରେ ସରକାର ଅଗଷ୍ଟ ମାସରେ ଅତିରିକ୍ତ ୨ ଲକ୍ଷ ଟନ୍ ଚିନି ବିକ୍ରି କରିବାକୁ ମିଲ୍‌ଗୁଡ଼ିକୁ ଅନୁମତି ଦେଇଛନ୍ତି। ୨୦୨୩-୨୪ରେ ଭାରତର ଚିନି ଉତ୍ପାଦନ ୩.୩ ପ୍ରତିଶତ ହ୍ରାସ ପାଇ ୩୧.୭ ନିୟୁତ ଟନ୍ ହେବ ବୋଲି ଆକଳନ କରାଯାଇଛି। ପୂର୍ବ ଦୁଇ ବର୍ଷ ରେକର୍ଡ ଚିନି ଉତ୍ପାଦନ ହୋଇଥିବାରୁ ରପ୍ତାନି ଲାଗି ମିଲ୍‌ଗୁଡ଼ିକୁ ଅନୁମତି ଦିଆଯାଇଥିଲା। ଚଳିତ ବର୍ଷ କିନ୍ତୁ ଦରଦାମ୍ ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ଲାଗି ଚିନି ରପ୍ତାନି ଉପରେ କଟକଣା ଲଗାଇବାକୁ ବିଚାର କରାଯାଉଛି। ଚଳିତ ବର୍ଷ ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ହାର ୧୫ ମାସର ସର୍ବୋଚ୍ଚ ସ୍ତର ୭.୪୪ ପ୍ରତିଶତକୁ ବୃଦ୍ଧି ପାଇବା ପରେ ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କର ଚିନ୍ତା ବଢ଼ିଯାଇଛି। ଗତବର୍ଷ ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ପରେ ବେଲଗାମ ହୋଇପଡ଼ିଥିବା ଦରବୃଦ୍ଧିର ମୁକାବିଲା କରିବାକୁ ଉଭୟ ସଂସ୍ଥା ନାକେଦମ୍ ହୋଇପଡ଼ିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button