ଦେଶ

ଟଙ୍କା ପାଇଁ ପିଲାଙ୍କ ଗଳା କାଟୁଛି ହମାସ: ମୋସାବ ହାସନ – Ibnodisha

[ad_1]

ଜେରୁଜେଲମ : ଆତଙ୍କବାଦୀ ସଂଗଠନ ହମାସର ପ୍ରତିଷ୍ଠାତା ଶେଖ ହାସନ ୟୁସୁଫଙ୍କ ପୁଅ ମୋସାବ ହାସନ ୟୁସୁଫ ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି । ହମାସ ଆତଙ୍କବାଦୀମାନେ ପାଲେଷ୍ଟାଇନ ପିଲାମାନଙ୍କୁ ଅ ଅମାନୁଷିକ ଭାବେ ହତ୍ୟା କରୁଛନ୍ତି । ବ୍ରିଟିଶ ଖବରଦାତାଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ମୋସାବ କହିଛନ୍ତି ହମାସ ଟଙ୍କା ପାଇଁ ପିଲାମାନଙ୍କ ଗଳା କାଟୁଛି ।

ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ଟୁଇଟରରେ ମୋସାବଙ୍କର ଏକ ଭିଡିଓ କ୍ଲିପ ଶେୟାର କରିଛି ଯେଉଁଥିରେ ସେ କହିଛନ୍ତି କ୍ଷମତା ଏବଂ ରାଜନୈତିକ ଅଭିଳାଷ ପାଇଁ ହମାସର ଲୋଭ ଯୋଗୁ ଗାଜାବାସୀ ଦୀର୍ଘ ଦିନରୁ ନିର୍ଯାତିତ ହୋଇଆସୁଛନ୍ତି । ହମାସ ଯୋଗୁ ସେମାନଙ୍କୁ ଇସ୍ରାଏଲର ଅବରୋଧ, ହିଂସା ଏବଂ ଯୁଦ୍ଧ ସହିବାକୁ ପଡୁଛି । ହମାସ ପାଇଁ ଯୁଦ୍ଧ ଏକ ଖେଳ ପରି ।

ଯେତେବେଳେ ବି ହମାସ ଟଙ୍କା ଆବଶ୍ୟକ କରେ, ଏକ ଯୁଦ୍ଧ ଆରମ୍ଭ କରେ । ଗତ ମାସରେ ଗାଜାର ଏକ ଡାକ୍ତରଖାନାରେ ବିସ୍ଫୋରଣ ପରେ ୟୁସୁଫ କହିଥିଲେ ଡାକ୍ତରଖାନାରେ ଥିବା ଶତାଧିକ ଲୋକଙ୍କର ମୃତ୍ୟୁ ଘଟିଛି । ମୋସାବ କହିଛନ୍ତି ଏହି ଆକ୍ରମଣ ପାଇଁ ଇସ୍ରାଏଲ ଦାୟୀ । ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରଙ୍କ ନିକଟରେ ଇସ୍ରାଏଲ ସେନା ଉତ୍ତରଦାୟୀ, ଏହା ଏହା କରିପାରିବ ନାହିଁ । ଯେତେବେଳେ କି, ହମାସ ଉପରେ କାହାର ନିୟନ୍ତ୍ରଣ ନାହିଁ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button