ଦେଶ

ଏଣିକି ଏକ୍ସରେ ପୋଷ୍ଟ ପାଇଁ ଦେବାକୁ ପଡ଼ିବ ଟଙ୍କା – Ibnodisha

[ad_1]

ନୂଆଦିଲ୍ଲୀ : ଏଲନ ମସ୍କ ପ୍ରଥମେ ଏକ୍ସର ଦେୟଯୁକ୍ତ ସେବା ଆରମ୍ଭ କଲେ ଏବଂ ବ୍‌ଲୁ ଟିକ୍‌କୁ ଦେୟ ଆଧାରିତ କଲେ । ବ୍‌ଲୁ ଟିକ୍ ପୂର୍ବରୁ ମାଗଣାରେ ଉପଲବ୍ଧ ଥିଲା ଏବଂ ଏଥିପାଇଁ କିଛି ସର୍ତ୍ତ ଥିଲା । ମାଲିକ ହେବା ପରେ ଏଲଜ୍‌ ମସ୍କ ସର୍ଭାବଳୀ ପରିବର୍ତ୍ତନ କରି ବ୍‌ଲୁ ଟିକ୍‌କୁ ଦେୟଯୁକ୍ତ କଲେ। ଏବେ ମସ୍କ ନୂତନ ବ୍ୟବହାରକାରୀଙ୍କ ପାଇଁ ଏକ ବଡ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଲନ୍ ମସ୍କ କହିଛନ୍ତି ଯେ, ଏକ୍ସର ନୂତନ ଉପଭୋକ୍ତାଙ୍କୁ ପୋଷ୍ଟ କରିବା ପାଇଁ ଟଙ୍କା ଦେବାକୁ ପଡିବ ଏବଂ ଏହା ଏକ ସାମାନ୍ୟ ରାଶି ହେବ । ତେବେ ଏହି ଦେୟ କେତେ ହେବ ତାହା ସେ କହି ନାହାନ୍ତି। ଏଲନ୍ ମସ୍ତଙ୍କ କହିବାକଥା ଯେ, ଫି’ ଲାଗୁ କରିବା ପରେ ବଟ୍ ଏବଂ ନକଲି ଆକାଉଣ୍ଟରୁ ହେଉଥିବା ପୋଷ୍ଟଗୁଡିକ ହ୍ରାସ ପାଇବ, କାରଣ ବର୍ତ୍ତମାନ ସମୟରେ ଯେକେହି ନୂଆ ଆକାଉଣ୍ଟ ସୃଷ୍ଟି କରି ମନ ମୁତାବକ ଯାହା ସପକ୍ଷରେ ଚାହୁଁଛନ୍ତି ପୋଷ୍ଟ କରୁଛନ୍ତି। ବକୁ ରୋକିବା ପାଇଁ ଏହା ହେଉଛି ଏକମାତ୍ର ଉପାୟ ବୋଲି ମସ୍କ କହିଛନ୍ତି । ଏକ୍ସର ନୂଆ ନୀତି ଅନୁଯାୟୀ, ଆପଣଙ୍କୁ ଏକ୍ସରେ ପୋଷ୍ଟ କରିବା, କାହାର ପୋଷ୍ଟକୁ ଲାଇକ୍ କରିବା, କୌଣସି ପୋଷ୍ଟରେ ବୁକମାର୍କ ଏବଂ ରିପ୍ଲାଇ ଦେବା ପାଇଁ ଆପଣଙ୍କୁ ଟଙ୍କା ଦେବାକୁ ପଡ଼ିବ। ମାଗଣାରେ କେବଳ କୌଣସି ଆକାଉଣ୍ଟକୁ ଫଲୋ କରିହେବ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button