ଅପରାଧ

ଛାତ୍ରୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ କଲେ ସଇତାନ – Ibnodisha

[ad_1]

ବେଙ୍ଗାଲୁରୁ: ଅସୁରିକ୍ଷତ ଛାତ୍ରୀ ! ଯୌନ ଲାଳସା ଚରିତାର୍ଥ କରିବାକୁ ଅମଣିଷ ପାଲଟୁଛି ମଣିଷ । ଯାହା ଫଳରେ ଘରୁ ପାଦ କାଢିଲେ ଝିଅଟିଏ ପାଇଁ ରହୁଛି ବିପଦ । ଘରୁ କଲେଜ ବାହାରି ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ କଲେଜ ଛାତ୍ରୀ । ଏମିତି ଏକ ଲଜ୍ଜାଜନକ ଘଟଣା ଘଟିଛି କର୍ଣ୍ଣାଟକରେ । କଲେଜରୁ ଅପହରଣ କରି ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଛି । ଏନେଇ ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହ ଅନ୍ୟମାନଙ୍କୁ ଧରିବା ପାଇଁ ଜାଲ ବିଛାଇଛି ପୋଲିସ । ସୂଚନା ଅନୁସାରେ, କର୍ଣ୍ଣାଟକର ବେଲାରୀ ଥାନା ଅଞ୍ଚଳର ଛାତ୍ରୀ ଜଣଙ୍କ ବେଲାରୀ କଲେଜରେ ଗ୍ରାଜୁଏସନରେ ପାଠ ପଢ଼ନ୍ତି । ଗତ ଅକ୍ଟୋବର ୧୧ ତାରିଖରେ ଛାତ୍ରୀ ଜଣକ ପରୀକ୍ଷା ହେବା ପାଇଁ କଲେଜ ଯାଇଥିଲେ । ପରୀକ୍ଷା ସରିବା ପରେ ୪ ଜଣ ଯୁବକ ଛାତ୍ରୀ ଜଣକୁ ପରୀକ୍ଷା ହଲ ବାହାରେ ତାଙ୍କ ବଡ଼ ଭାଇ ଅପେକ୍ଷା କରିଥିବା କହିଥିଲେ ।

ଛାତ୍ରୀ ଜଣଙ୍କ ବାହାରକୁ ଆସିବା ପରେ ଯୁବକମାନେ ମିଶି ଛାତ୍ରୀ ଜଣଙ୍କୁ ଏକ ଅଟୋରେ ଅପହରଣ କରିନେଇଥିଲେ । ଅଟୋରେ ଯୋର ଜବରଦସ୍ତ ଛାତ୍ରୀଙ୍କୁ ମଦ ପିଆଇବା ସହ ନିକଟରେ ଥିବା ଏକ ହୋଟେଲକୁ ନେଇଯାଇ ସେଠାରେ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ । ତେବେ ଛାତ୍ରୀ ଜଣଙ୍କ ଅଭିଯୁକ୍ତମାନଙ୍କୁ ଚିହ୍ନିଥିବା ଜଣାପଡ଼ିଛି । ସେପଟେ ପୀଡ଼ିତା ଛାତ୍ରୀ ଜଣଙ୍କ ପରିବାର ଲୋକଙ୍କୁ ଘଟଣା ବିଷୟରେ ଜଣାଇଥିଲେ । ପୀଡ଼ିତାଙ୍କ ବାପା ଏନେଇ ବେଲାରୀ ମହିଳା ଥାନାରେ ୪ ଜଣ ଅଭିଯୁକ୍ତଙ୍କ ନାଁରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ବେଲାରୀ ପୋଲିସ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଛାନ୍ଭିନ୍ ଆରମ୍ଭ କରିଥିଲା । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ନବୀନକୁ ଧରିବାରେ ସଫଳ ହୋଇଥିଲା ପୋଲିସ । ତେବେ ଅନ୍ୟ ଅଭିଯୁକ୍ତମାନେ କାଲୁ ବଜାରର ତନ୍ନୁ, ଶକିବ ବୋଲି ପୋଲିସ ଜାଣିବାକୁ ପାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button