ରାଜନୀତି

କେନ୍ଦ୍ର ଓ ଆସାମର ବିଜେପି ସରକାରର କୁଶାସନ ଓ ଭ୍ରଷ୍ଟାଚାରକୁ ଘୋଡ଼ାଇବାକୁ ଆସାମରେ ରାହୁଲ ଗାନ୍ଧୀଙ୍କର ନ୍ୟାୟ ଯାତ୍ରା ଉପରେ ଆକ୍ରମଣ କରାଯାଇଛି : ଜୟଦେବ ଜେନା – Ibnodisha

[ad_1]

ଭୁବନେଶ୍ୱର  : ଆଜି ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଜୟଦେବ ଜେନା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଆସାମରେ ଭାରତୀୟ ଜନତାପାର୍ଟି ଏବଂ ଆର୍‌ଏସ୍‌ଏସ୍ ଗୁଣ୍ଡାଙ୍କ ପକ୍ଷରୁ ଜନନେତା ରାହୁଲ ଗାନ୍ଧୀ ଏବଂ ଭାରତ ଯୋଡ଼ ନ୍ୟାୟ ଯାତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣର ଦୃଢ଼ ନିନ୍ଦା କରି କହିଥିଲେ ଯେ ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଜନ ଆଦୃତି ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଭୟଭୀତ ହୋଇପଡ଼ିଛନ୍ତି । ଶ୍ରୀ ଜେନା କହିଛନ୍ତି ଯେ ହିମନ୍ତ ବିଶ୍ୱଶର୍ମା ନିଜ ଇତିହାସ କଥା ଟିକେ ସ୍ମରଣ କରନ୍ତୁ । କଂଗ୍ରେସ ଦଳରେ ଥାଇ ସେ ଅନେକ ଥର ମନ୍ତ୍ରୀ ହୋଇଛନ୍ତି ଏବଂ ରାଜନୀତିରେ ନିଜକୁ ପ୍ରତିଷ୍ଠିତ କରିପାରିଛି । ସେ କଂଗ୍ରେସ ଦଳର ମହାନ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳ ପ୍ରତି ଯେଉଁ କଟୁ ସମାଲୋଚନା କରୁଛନ୍ତି ତାହା ଦୁର୍ଭାଗ୍ୟଜନକ । ଏହି ଯାତ୍ରା ଦେଶରେ ସାମାଜିକ ନ୍ୟାୟ, ରାଜନୈତିକ ନ୍ୟାୟ ଓ ଅର୍ଥନୈତିକ ନ୍ୟାୟ ପ୍ରତିଷ୍ଠା ପାଇଁ ଅଭିପ୍ରେତ । ଯେଉଁମାନେ ଧର୍ମ, ବର୍ଣ୍ଣ ଓ ଭାଷାର ଦ୍ୱାହି ଦେଇ ଦେଶକୁ ଭାଗ ଭାଗ କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି, ଯେଉଁମାନେ ହିଂସାର ବିଷମଞ୍ଜି ବୁଣୁଛନ୍ତି ସେମାନଙ୍କୁ ରାହୁଲଗାନ୍ଧୀଙ୍କର “ପ୍ରେମର ଦୋକାନ” ଭଲ ନ ଲାଗିପାରେ । ଯେଉଁମାନେ ରାହୁଲ ଗାନ୍ଧୀଙ୍କ ବସ୍ ଅଟକାଇଥିଲେ, ନ୍ୟାୟ ଯାତ୍ରାର ପୋଷ୍ଟର ଚିରି ଥିଲେ ଏବଂ ଏହି ଯାତ୍ରୀମାନଙ୍କୁ ଆକ୍ରମଣ କରିଥିଲେ ସେମାନଙ୍କୁ ହିଂସା ପଥରୁ ବିରତ ହେବା ପାଇଁ ରାହୁଲ ଗାନ୍ଧୀ ଉପଦେଶ ଦେଇଛନ୍ତି । ରାହୁଲ ଗାନ୍ଧୀ ଶାନ୍ତି, ପ୍ରେମ, ସ୍ନେହର ମୂର୍ତିମନ୍ତ ପ୍ରତୀକ । ଏହି ଯାତ୍ରା ଯୁବକ, ମହିଳା, ସଂଖ୍ୟାଲଘୁ, ଚାଷୀ ଓ ଉପେକ୍ଷିତବର୍ଗଙ୍କର ଅଧିକାର ଦାବୀର ସ୍ୱର । ଶାନ୍ତିପୂର୍ଣ୍ଣ ଭାବରେ ଏହି ନ୍ୟାୟ ଯାତ୍ରା ଚାଲୁଥିବାବେଳେ ଏଥିରେ ବିଭ୍ରାଟ କରିବା ପାଇଁ ହିମନ୍ତ ବିଶ୍ୱଶର୍ମା ଷଡଯନ୍ତ୍ର କରିଛନ୍ତି । କେନ୍ଦ୍ରର ବିଜେପି ସରକାର ଏବଂ ହିମନ୍ତ ବିଶ୍ୱଶର୍ମାଙ୍କର ଶାସନଗତ ବିଫଳତା, ଦୁର୍ନୀତିକୁ ଘୋଡାଇବା ପାଇଁ ଏହି ଷଡ଼ଯନ୍ତ୍ର ରଚାଯାଇଛି ବୋଲି ଶ୍ରୀ ଜେନା କହିଛନ୍ତି । ଯେତେ ଆକ୍ରମଣ ହେଲେ ବି ଭାରତ ଯୋଡ଼ ନ୍ୟାୟ ଯାତ୍ରା ତା’ର ଲକ୍ଷ୍ୟ ପଥରୁ ବିଚ୍ୟୁତ ହେବ ନାହିଁ । ନ୍ୟାୟ ପ୍ରତିଷ୍ଠା ପାଇଁ ରାହୁଲ ଗାନ୍ଧୀ ଯେଉଁ ମହାସଂଗ୍ରାମ କରୁଛନ୍ତି, କୌଣସି ଶକ୍ତି ସେଥିରେ ବାଧା ଦେଇପାରିବ ନାହିଁ । ରାହୁଲ ଗାନ୍ଧୀ ଆହ୍ୱାନ ଦେଇଛନ୍ତି “ଯୁଡେଗା ଭାରତ ଜିତେଗା ହିନ୍ଦୁସ୍ଥାନ” । ଅପରପକ୍ଷରେ ହିମନ୍ତ ବିଶ୍ୱଶର୍ମା ରାହୁଲ ଗାନ୍ଧୀଙ୍କର ନ୍ୟାୟ ଯାତ୍ରାକୁ “ମିଆଁ ଯାତ୍ରା” ବୋଲି ଅକ୍ଷେପ କରିବା ଦୁର୍ଭାଗ୍ୟଜନକ । ମୁସଲିମ୍ ସଂପ୍ରଦାୟଙ୍କ ପ୍ରତି ହେମନ୍ତ ବିଶ୍ୱଶର୍ମାଙ୍କର ଆଚରଣ ଓ ଉଚ୍ଚାରଣ ଏଥିରେ ପ୍ରକଟିତ ହେଉଛି । ସୁତରାଂ ସମୟ ଆସିବ ହିମନ୍ତ ବିଶ୍ୱଶର୍ମାଙ୍କୁ ତାଙ୍କ ଅପକର୍ମର ମୂଲ୍ୟ ଦେବାକୁ ପଡ଼ିବ ବୋଲି ଶ୍ରୀ ଜେନା କହିଛନ୍ତି ।

ବିଜେପି ପ୍ରଭୁ ରାମଙ୍କୁ ବ୍ୟବହାର କରି ଭୋଟ ମାଗୁଛି । ପ୍ରତି ଲୋକସଭା ନିର୍ବାଚନ ମଣ୍ଡଳିକୁ ଏହି ଉତ୍ସବକୁ ପାଳନ କରିବାକୁ ୨ କୋଟି ଟଙ୍କା ଦିଆଯାଇଛି । ଶ୍ରୀ ଜେନା କହିଥିଲେ ଯେ, ଆମେ ହେଉଛୁ ସନାତନି ହିନ୍ଦୁ । ବିଜେପି ସନାତନି ହିନ୍ଦୁ ନୁହେଁ । ୪ ଧାମର ଶଙ୍କରାଚାର୍ଯ୍ୟ ଯାହାଙ୍କୁ ଗୁରୁର ସମ୍ମାନ ହିନ୍ଦୁମାନେ ଦେଇଥାନ୍ତି ସେମାନେ ମୋଦୀଙ୍କର ଏହି କାର୍ଯ୍ୟକ୍ରମରେ କ୍ଷୁବ୍ଧ । ବିଜେପି ବିଶ୍ୱର ପ୍ରଭୁ ରାମଙ୍କୁ ନେଇ ନିଜର ଫାଇଦାରେ ବ୍ୟବହାର କରୁଛି ।
ଏହି କାର୍ଯ୍ୟକ୍ରମରେ ପିସିସି ମିଡ଼ିଆ ବିଭାଗର ମୁଖ୍ୟ ବିଶ୍ୱରଞ୍ଜନ ମହାନ୍ତି କହିଥିଲେ ଯେ ଜନନାୟକ ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼ ନ୍ୟାୟ ଯାତ୍ରା ଦେଶରେ ଦାରିଦ୍ର‌୍ୟ, ବେରୋଜଗାର, ଦରଦାମ ବୃଦ୍ଧି, ଦୁର୍ନୀତି, ଭ୍ରଷ୍ଟାଚାର, ଗଣତନ୍ତ୍ର ଓ ସମ୍ବିଧାନ ଉପରେ ଆକ୍ରମଣ, ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକର ଅପବ୍ୟବହାର ବିରୁଦ୍ଧରେ ଉଦ୍ଦିଷ୍ଟ । ବିଶେଷକରି ସମାଜରେ ଶୋଷିତ ବର୍ଗଙ୍କୁ ନ୍ୟାୟ ଦେବା ପାଇଁ ରାହୁଲ ଗାନ୍ଧୀ ଏହି ନ୍ୟାୟ ଯାତ୍ରା ନେତୃତ୍ୱ ନେଇଛନ୍ତି । ହେମନ୍ତ ବିଶ୍ୱଶର୍ମା ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରମଣ କରି ନିଜର ହୀନମନ୍ୟତାର ପରିଚୟ ଦେଇଛନ୍ତି । ବିଜେପି, ନରେନ୍ଦ୍ର ମୋଦୀ ଏବଂ ହେମନ୍ତ ବିଶ୍ୱଶର୍ମା ଜନନାୟକ ରାହୁଲ ଗାନ୍ଧଙ୍କର ଏହି ମହାନ ଯାତ୍ରାରେ ପ୍ରତିବନ୍ଧକ ସାଜିଲେ ଦେଶର ଜନତା ସେମାନଙ୍କୁ କ୍ଷମା ଦେବେ ନାହିଁ । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ଡ. ରାମଚନ୍ଦ୍ର ଖୁଂଟିଆ ଏବଂ ଏଆଇସିସି ସମ୍ବାଦକ ଶ୍ରୀ ଶରତ ରାଉତ, ଆସାମ ମୁଖ୍ୟମନ୍ତ୍ରୀଙ୍କର ଏଭଳି ହୀନମନ୍ୟତାକୁ ନିନ୍ଦା କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button