ମୋବାଇଲ ମାଧ୍ୟମରେ ଦେହ ବେପାର, ମାତିଛନ୍ତି ମହିଳା ଦଲାଲ – Ibnodisha

[ad_1]
ରାଉରକେଲା : ରାତିରେ ହାତୀଏ କମାଇବା ନିଶା। ଫୁଙ୍ଗଳା ହୋଇ ଶରୀର ଦେଖାଇ ପ୍ରଚୁର ଟଙ୍କା କମାଇବା ଓ ଦେହର ଭୋକ ମେଣ୍ଟାଇବା। ହଁ ଆଜ୍ଞା ଏ କଥା ଆମେ କହୁନୁ, ଲୋକଙ୍କୁ ମାନଙ୍କ ତୁଣ୍ଡ ରୁ ଶୁଣିବାକୁ ମିଳୁଛି। ରାଉରକେଲା ସହର ରେ ଏବେ ଚରମ ସୀମାରେ ଦେହ ବ୍ୟବସାୟ। ଥରେ ଦେହ ସୁଖ ଉପଭୋଗ କରିବାକୁ ଘଣ୍ଟାକୁ ସର୍ଟ ୧୦୦୦ ଟଙ୍କା। ମୋବାଇଲ ମାଧ୍ୟମ ରେ ଦେହଜୀବୀ ମାନଙ୍କ ଫୋଟୋ ଗ୍ରାହକ ମାନଙ୍କୁ ଦେବା ପରେ ଚାଲୁଛି କାରବାର। ରାଉରକେଲା ର ପ୍ରମୁଖ ଛକ ରେ ଘୁରି ବୁଲୁଛନ୍ତି ରାଣୀ ମହୁମାଛି। ଏକ ଅନୁସନ୍ଧାନ ରୁ ଜଣା ପଡିଛି ଯେ, ରାଉରକେଲା ର କୋଏଲନଗର, ନୟାବଜ଼ାର, ଦାଣ୍ଡିଆପାଲି, ଛେଣ୍ଡ, ସେକ୍ଟର ୧୬, ବାସନ୍ତୀ କଲୋନୀ ଅଞ୍ଚଳ ରେ ମହିଳା ଦଲାଲ ମାତିଛନ୍ତି। ଗ୍ରାହକ ମାନଙ୍କୁ ମୋବାଇଲ ମାଧ୍ୟମରେ ରେ କଲେଜ ଯୁବତୀ, ଘରୋଇ ମହିଳା ମାନଙ୍କ ଫୋଟ ପଠାଇ ସୁରୁଖୁରୁରେ ବେପାର ଚଳାଉଛନ୍ତି। ଅପାରପକ୍ଷରେ ପୁଲିସ ନିଦାବିଷ୍ଣୁ ସାଜିଛି। ନୟାବଜ଼ାର ଅଂଚଳ ରେ ରହୁଥିବା ଜଣେ ମହିଳା ବିଶ୍ରା ଛକ ରେ ଗ୍ରାହକ ଖୋଜିବା ପରେ ହୋଟେଲ ରେ ଦେହ ବେବସାୟ କରୁଥିବା ଶୁଣିବାକୁ ମିଳୁଛି।
ସେହିପରି ସେକ୍ଟର ୧୬ ର ତୁମକେଲା,କୋଏଲନଗର ଅଂଚଳରେ ରାଣୀମହୁମାଛି ମାନେ ଘରେ ଯୁବତୀ ମାନଙ୍କୁ ରଖି ଖୁଲମଖୁଲା ଦେହ କାରବାର ଚଳାଉଛନ୍ତି, ଯାହାର ଟେର ପୁଲିସ କିପରି ପାଇ ପାରୁନି ତାହା ଚର୍ଚ୍ଚା ହେଉଛି। ମହିଳା ଦଲାଲ ମାନେ ଗ୍ରାହକ ଖୋଜିବା ପାଇଁ ରାଉରକେଲା ର ବିଭିନ୍ନ ପାର୍କ ରେ ରାତି, ଦିନ ଘୁରି ବୁଲୁଛନ୍ତି। ସେହିପରି ଗୋଲଘର ଅଂଚଳରେ ରହୁଥିବା କିଛି ମହିଳା ଦଲାଲ ନୟାବଜ଼ାର ଅଂଚଳ ର ଯୁବତୀ ଓ ମହିଳା ମାନଙ୍କୁ ଅର୍ଥ ଲୋଭ ଦେଖେଇ ଦେହ ବେପାର ରେ ଲଗାଇ ଥିବା ଜଣାପଡିଛି। ହୋଟେଲ ରେ ଦେହ ବେପାର ପୁଲିସ ବାରମ୍ବାର ରେଡ କରିବା କାରଣ ରୁ ୪୦ ରୁ ୪୫ ବର୍ଷୀୟା ରାଣୀ ମହୁମାଛି ମାନେ ଘର ଭଡା ନେଇ ତଥା ଜାଗା ପରିବର୍ତନ କରି ଦେହ କାରବାର କରି ଆସୁଛନ୍ତି ବୋଲି ଜଣେ ଗ୍ରାହକ ନିଜ ନାମ ଗୋପନ ରଖିବା ସର୍ତ ରେ ପ୍ରକାଶ କରିଛନ୍ତି। ମହିଳା ଦଲାଲ ମାନେ ଦେଖିବାକୁ ଭଦ୍ର ମହିଳା ଓ ଉଚ୍ଚ ଶିକ୍ଷିତା ଜଣା ପଡିବାରୁ ପୁଲିସ ଏମାନଙ୍କୁ ଠାଵ କରିପାରୁନି। ଏବେ ଦେଖିବାକୁ ବାକି ରହିଲା ରାଉରକେଲା ସହରରେ ଦେହବେପାର ଚଳାଉଥିବା ମହିଳା ଦଲାଲ ଓ ରାଣୀମହୁମାଛିଙ୍କ ଉପରେ ପୁଲିସ ଲଗାମ କଷୁଚି କେବେ?
[ad_2]