ରାଜ୍ୟ

ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲ୍ଲା ସବରେଜିଷ୍ଟ୍ରାର୍ – Ibnodisha

[ad_1]

ନୟାଗଡ଼: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲ୍ଲା ସବରେଜିଷ୍ଟ୍ରାର୍ ଶାଶ୍ବତ କୁମାର ପଟ୍ଟନାୟକ। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଓ କେନ୍ଦ୍ରାପଡ଼ା ଜିଲ୍ଲାର ଛଅଟି ସ୍ଥାନରେ ଏକକାଳୀନ ଚଢ଼ଉ କରୁଛି ଭିଜିଲାନ୍ସ ଟିମ୍। ନୟାଗଡ଼ ଏବଂ କେନ୍ଦ୍ରାପଡା ଜିଲ୍ଲାର ନିମ୍ନଲିଖିତ ସ୍ଥାନରେ ଭୁବନେଶ୍ୱରର ଭିଜିଲାନ୍ସ ସ୍ପେଶାଲ୍ ଜଜଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟର କ୍ଷମତା ବଳରେ ୮ଜଣ ଡିଏସପି, ୬ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଚଢ଼ଉ ଚାଲିଛି। ନୟାଗଡ଼ର ଦେବୋତ୍ତର କଲୋନିରେ ଶ୍ରୀ ପଟ୍ଟନାୟକଙ୍କ ଭଡ଼ା ଘର, ନୟାଗଡ଼ରେ ତାଙ୍କ କାର୍ଯ୍ୟାଳୟ, କେନ୍ଦ୍ରାପଡ଼ା ଜିଲ୍ଲା ତଳବରଙ୍ଗାଠାରେ ଥିବା ଶ୍ରୀ ପଟ୍ଟନାୟକଙ୍କ ଘର, ତଳଗାଁରେ ଥିବ‌ା ପୈତୃକ ଘର, ପେଣ୍ଠ ଓ ଦଳନ୍ତ ଗାଁରେ ଥିବା ସଂପର୍କୀୟଙ୍କ ଘରେ ଏକକାଳୀନ ଚଢ଼ଉ ଜାରି ରହିଛି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button