ରାଜ୍ୟ

ଶିମିଳିପାଳ ଅଭୟାରଣ୍ୟରେ ୩ ଡିଗ୍ରୀ କୁ ଖସିଲା ପାରଦ – Ibnodisha

[ad_1]

କରଞ୍ଜିଆ : ବଢ଼ିଚାଲିଛି ଶୀତ । କିଏ ନିଆଁ ଲଗାଇ ଶୀତ କମ କରିବାକୁ ଚେଷ୍ଟା କରୁଛି ତ କିଏ ଭୟଙ୍କର ଶୀତକୁ ଡରି ଘରୁ ବାହାରୁ ନାହିଁ । ଶୀତ ବସ୍ତ୍ର ପିନ୍ଧିଲେ ବି ଶୀତ ରୁ ବଞ୍ଚି ପାରୁ ନାହାନ୍ତି ଲୋକେ । ପବନ ଦେହରେ ଟିକେ ବାଜିଲେ ଦେହ ଥରେଇ ଯାଉଛି । ତେବେ ଏହାରି ଭିତରେ ମୟୁରଭଞ୍ଜ ଜିଲ୍ଲାରେ ତଳମୁହାଁ ହେଉଛି ପାରଦ । ହାଡ଼ଭଙ୍ଗା ଶୀତରେ ଥରୁଛି ମୟୁରଭଞ୍ଜ । ଗତକାଲି ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ କୁ ଖସିଥିବା ଶିମିଳିପାଳ ଡେପୁଟି ଡ଼ାଇରେକ୍ଟର ସାଇ କୀରଣ ଡି ଏନ ସୂଚନା ଦେଇଛନ୍ତି । ତେବେ ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ରୁ ଅତି ପ୍ରବଳ ଶୀତ ଅନୁଭୂତ ହେଉଛି । କିନ୍ତୁ ଶୀତ ଦିନେ ପ୍ରକୃତିର ରୂପ ଦେଖିବା ପାଇଁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ ।

ପ୍ରକୃତି କୋଳରେ ଶୋଭା ପାଉଛି ଧରଣୀ ରାଣୀ । ସବୁଜ ଗଛ ଲତା ସାଙ୍ଗକୁ ପାହାଡ଼ରୁ ଝରୁଥିବା ଝରଣାର ଦୃଶ୍ୟ ସତରେ ମନୋଲୋଭା । ଶିମିଲିପାଳରେ ଶୀତ ଏତେ ଅଧିକ ବଢ଼ି ଯାଇଛି ସକାଳ ସମୟରେ କେବଳ କୁହୁଡ଼ି ରହୁଛି । ମୁହଁକୁ ମୁହଁ ଦିଶୁନି । ଶୀତ ଯେତେ ଅଧିକ ହେଉନା କାହିଁକି ପର୍ଯ୍ୟଟକ ମାନଙ୍କୁ ପ୍ରକୃତିର ଏ ଦୃଶ୍ୟକୁ ଉପଭୋଗ କରିବାରୁ କେହି ଅଟକାଇ ପାରିବେ ନାହିଁ । ହାଡ଼ ଭଙ୍ଗା ଶୀତରେ ବି ଶିମିଳପାଳର ସୁନ୍ଦର ଦୃଶ୍ୟ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ଶୀତ ଦିନ ପାଇଁ ଏଠାରେ ଶୀତ ବସ୍ତ୍ର ଦୋକାନ ପଡ଼ିଛି । ଲୋକମାନେ ଶୀତ ବସ୍ତ୍ର କିଣିବା ପାଇଁ ଭିଡ଼ ଲାଗାଇଛନ୍ତି । ଅନ୍ୟପଟେ ଦୋକାନୀ ମାନଙ୍କର ବି ଭଲ ଦୁଇ ପଇସା ରୋଜଗାର ହେଉଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button