ରାଜ୍ୟ

ଥଣ୍ଡାଜ୍ବର ରୋଗୀଙ୍କୁ କୁକୁର କାମୁଡ଼ା ଇ‌‌‌ଞ୍ଜେକସନ୍ ଦେଲେ ନର୍ସ – Ibnodisha

[ad_1]

ଭଦ୍ରକ : ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ମେଡ଼ିକାଲରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଥଣ୍ଡାଜ୍ବର ହୋଇଥିବା ରୋଗୀଙ୍କୁ ନର୍ସ କୁକୁର କାମୁଡ଼ା ଇଞ୍ଜେକସନ୍ ଦେଇଛନ୍ତି। ରୋଗୀ ଜଣକ ଗୁରୁବାର ସକାଳେ ମେଡ଼ିକାଲକୁ ଆସିଥିଲେ। ନର୍ସ କୁକୁର କାମୁଡ଼ା ଇଞ୍ଜେକସନ୍ ଦେବା ନେଇ ରୋଗୀଙ୍କ ପରିବାର ସଦସ୍ୟଙ୍କ ପକ୍ଷରୁ ପାଟିତୁଣ୍ଡ କରାଯାଇଥିଲା। ତେବେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ପରେ ସେମାନେ ଶାନ୍ତ ହୋଇଥିଲେ। ଏନେଇ ମେଡ଼ିକାଲ ଅଫିସରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button