ଏପ୍ରିଲ ୧୫ ସୁଦ୍ଧା କଂଗ୍ରେସ ସବୁ ପ୍ରାର୍ଥୀ : ଶରତ – Ibnodisha

[ad_1]
ଭୁବନେଶ୍ୱର : ମୁଣ୍ଡ ଉପରେ ନିର୍ବାଚନ। ରାଜ୍ୟରେ ବଢୁଥିବା ତାପମାତ୍ରା ପରି ରାଜ୍ୟ ରାଜନୀତି ମଧ୍ୟ ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି। ବିଜେଡି ଓ ବିଜେପିର ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସ ମଧ୍ୟ ୪୯ ବିଧାନସଭା ଓ ୮ ଲୋକ ସଭା ପ୍ରାର୍ଥୀ ଘୋଷଣା କରିଛି। ତେବେ ଦଳ ଏଯାଏଁ କେତେକ ପ୍ରମୁଖ ଅଞ୍ଚଳରେ ପ୍ରାର୍ଥୀ ଘୋଷଣା କରିନାହିଁ। ଟିକେଟ୍ ନ ପାଇପାରୁ ଦଳ ଛାଡ଼ୁଥିବା ବିଦ୍ରୋହୀଙ୍କ ପାଇଁ ଟିକେଟ୍ ଘୋଷଣା ବିଳମ୍ବ ହେଉଛି। ନିର୍ବାଚନୀ ମାହୋଲ ଓ ରାଜନେତାଙ୍କ ଟିକେଟ କସରତ ଭିତରେ ପିସିସ ସଭାପତି ଶରତ ପଟ୍ଟନାୟକ ଏକ ବଡ଼ ସୂଚନା ଦେଇଛନ୍ତି । ଏପ୍ରିଲ ୧୫ ସୁଦ୍ଧା କଂଗ୍ରେସ ସବୁ ପ୍ରାର୍ଥୀ ଘୋଷଣା କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ଦଳ ପକ୍ଷରୁ ସମସ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ପ୍ରକାଶ ଯେ ନିର୍ବାଚନ ପାଇଁ ଏବେ ଆଶାୟୀ ଟିକେଟ ଲବିରେ ଅଛନ୍ତି । ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସରେ ଟିକେଟ ପାଇଁ ମାଳ ମାଳ ଆଶାୟୀ ଅଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ବିଜେପି ଓ ବିଜେଡି ତୁଳନାରେ କଂଗ୍ରେସ ଟିକେଟ ଘୋଷଣାରେ ପଛରେ ପଡ଼ିଯାଇଛି । କାରଣ ବିଜେଡି ଓ ବିଜେଡି କଂଗ୍ରେସ ତୁଳନାରେ ବହୁ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ କଂଗ୍ରେସ ଅଧିକାଂଶ ସିଟରେ ପ୍ରାର୍ଥୀ ଘୋଷଣା କରିନାହିଁ ।
[ad_2]