ବିଜେଡ଼ି ଓ ବିଜେପି ମେଂଟ ଚର୍ଚ୍ଚା ମଧ୍ୟରେ ସଶକ୍ତ ହେଉଛି କଂଗ୍ରେସ – Ibnodisha

[ad_1]
– କଂଗ୍ରେସରେ ଯୋଗଦେଲେ ବିଜେଡ଼ିର ଅନେକ ନେତା ଓ କର୍ମୀ
– ଓଡ଼ିଶାର ଖଣି, ପାଣି କୁ ଲୁଟ୍ କରିବା ପାଇଁ ବିଜେଡ଼ି ଓ ବିଜେପି ମଧ୍ୟରେ ଅସାଧୁ ମେଂଟ
ଭୁବନେଶ୍ୱର: ସାରା ରାଜ୍ୟରେ ବିଜେଡ଼ି ଓ ବିଜେପି ମେଂଟ ଚର୍ଚ୍ଚା ଜୋର ଧରୁଥିବାବେଳେ କଂଗ୍ରେସ ମିଶ୍ରଣ ପର୍ବ ମାଧ୍ୟମରେ ସଶକ୍ତ ହେଉଛି । ଏହିକ୍ରମରେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ଯୁବନେତା ତଥା ବିଜୁ ଜନତା ଦଳର ଯୁଗ୍ମ ସମ୍ପାଦକ ଇଂ. ଦିଲ୍ଲୀପ କୁମାର ଦୁରିଆ, ରେଙ୍ଗାଲି ପରିଷଦର ସଭାପତି କିରଣ ଜୟପୁରିଆ, ସମୀର ପ୍ରଧାନ, ଜିଲ୍ଲା ସମ୍ପାଦକ ସମ୍ବଲପୁର ବିଜେଡ଼ି, ବିଶାଲ କୁମାର ପ୍ରଧାନ ଙ୍କ ସମେତ ଶତାଧିକ ସମର୍ଥକ କଂଗ୍ରେସ ଦଳରେ ବିଧିବଦ୍ଧ ଭାବେ ଯୋଗ ଦେଲେ । ଏହି କାର୍ଯ୍ୟକ୍ରମରେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ବିଜେଡ଼ି ଓ ବିଜେପି ମଧ୍ୟରେ ହେଉଥିବା ଅସାଧୁ ମେଂଟ ସଂପର୍କରେ ମତ ଦେଇ କହିଥିଲେ ଏ ମେଂଟ ରାଜ୍ୟର ସ୍ୱାର୍ଥ ବିରୋଧି, ବିଜେଡ଼ି ଓ ବିଜେପି ନିଜର ରାଜନୈତିକ ଲାଭ ଉଦ୍ଦେଶ୍ୟରେ ଏ ମେଂଟ । ରାଜ୍ୟର ଜନସାଧାରଣଙ୍କୁ ଧୋକ ଦେଇ ଉଭୟ ଦଳ ମେଂଟ ମାଧ୍ୟମରେ ଯେଉଁ ଳାଭ ପାଇବା ପାଇଁ ଉଦ୍ୟମ କରୁଛନ୍ତି ତାହା ଓଡ଼ିଶାବାସୀ କେବେ ବି ଗ୍ରହଣ କରିବେ ନାହିଁ । ଏ ମେଂଟ ଓଡ଼ିଶାର ଖଣି, ପାଣି ଜଙ୍ଗଲ ଜମି କୁ ଲୁଟ କରିବା ଓ ଓଡ଼ିଶାକୁ ଅଣଓଡ଼ିଆଙ୍କ ହାତରେ ଟେକି ଦେବା ପାଇଁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ।
ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏଆଇସିସି ସମ୍ପାଦକ ଶରତ ରାଉତ, ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି, ରେଙ୍ଗାଲିର ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗଡ଼ତିଆ, ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ସୁବାଷ ଚନ୍ଦ୍ର ବିଶ୍ୱାଳ, ସମ୍ପାଦକ ସରୋଜ ପୁଜାରୀ, ୨୦୧୯ ନିର୍ବାଚନରେ କଂଗ୍ରେସ ବିଧାୟକ ପାର୍ଥୀ ବାଳକୃଷ୍ଣ ରୋହିତଦାସ, ରେଙ୍ଗାଲି ବ୍ଲକ ସଭାପତି ଚତୁର୍ଭୁଜ ଝଙ୍କାର, ଚୁମୁକି ମହାନନ୍ଦ, ବିଳାସୀନି କୁମ୍ଭାର ଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦ ଯୋଗ ଦେଇଥିଲେ ।
[ad_2]