ରାଜ୍ୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମିଥ୍ୟା ଆରୋପ ଓ ଦାୟୀତ୍ୱହୀନ ମନ୍ତବ୍ୟ ଓଡ଼ିଶାବାସୀଙ୍କ ପାଇଁ ଗ୍ରହଣୀୟ ନୁହେଁ- କଂଗ୍ରେସ – Ibnodisha

[ad_1]

ଭୁବନେଶ୍ୱର: ଗତ ମାର୍ଚ୍ଚ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ଦେଇଥିବା ମନ୍ତବ୍ୟ ସଂପୂର୍ଣ୍ଣ ମିଥ୍ୟାରୋପ ଏବଂ ଦାୟୀତ୍ୱହୀନ, ଯାହାକୁ ଓଡ଼ିଶାବାସୀ କେବେବି ଗ୍ରହଣ କରିବେ ନାହିଁ ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ସଂପାଦକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଶରତ ରାଉତ କହିଥିଲେ । ପ୍ରଧାନମନ୍ତ୍ରୀ ଗରିବମାନଙ୍କ ପାଇଁ କଂଗ୍ରେସ କିଛି କରିନାହିଁ କହିବା ସଂପୂର୍ଣ୍ଣ ହାସ୍ୟାସ୍ପଦ । କେନ୍ଦ୍ରରେ ୧୦ବର୍ଷ ଧରି ସରକାରରେ ଥିବା ମୋଦୀ ସରକାର ଗରିବମାନଙ୍କ ପାଇଁ କିଛି ଉଲ୍ଲେଖନୀୟ କାର୍ଯ୍ୟ କରିନାହାନ୍ତି ସେମାନଙ୍କର ଅର୍ଥନୈତିକ ଅଭିବୃଦ୍ଧି କରିବା ପରିବର୍ତେ ସେମାନଙ୍କୁ ଅଧିକ ଗରିବି କରିଛନ୍ତି । ଏ ସରକାର ସଂପୂର୍ଣ୍ଣଭାବେ ଗରିବ ବିରୋଧି ବୋଲି ଆକ୍ଷେପ କରିଥିଲେ ଶ୍ରୀ ରାଉତ । କଂଗ୍ରେସ ସଦାସର୍ବଦା ଗରିବମାନଙ୍କ ପାଇଁ କାର୍ଯ୍ୟ କରିଛି ଓ ଆଗକୁ କରିଚାଲିବ ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ବିଭିନ୍ନ କାର୍ଯ୍ୟ କଂଗ୍ରେସ ସରକାର ସମୟରେ କରିଛି ।

ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବହାରଲାଲ ନେହେରୁଙ୍କ ଠାରୁ ଆରମ୍ଭ କରି ମନମୋହନ ସିଂଙ୍କ ପର୍ଯ୍ୟନ୍ତ କଂଗ୍ରେସ ସରକାର ସମୟରେ ଗରିବ ମାନଙ୍କୁ ପ୍ରାଧାନ୍ୟ ଦେବା ସହ ସେମାନଙ୍କୁ ଖାଦ୍ୟ, ବସ୍ତ୍ର, ବାସଗୃହ ପର୍ଯ୍ୟନ୍ତ ସମସ୍ତ ସୁବିଧା ଉପଲବ୍ଧ କରିଛି । ଜମିଦାରି ଉଚ୍ଛେଦ, ବ୍ୟାଙ୍କ ଜାତୀୟ କରଣ, ୧୯୭୫ ମସିହାରେ ଇନ୍ଦିରା ଗାନ୍ଦୀ ଆଣିଥିବା ୨୦ ଦଫା ସବୁ ଶ୍ରେଣୀ ଓ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ୧୯୮୫ ରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଅବାସ ଯୋଜନା ପରବର୍ତି ଅବସ୍ଥାରେ ଇନ୍ଦିରାବାସ ଯୋଜନା ମାଧ୍ୟମରେ କୋଟି କୋଟି ଗରୀବ ପରିବାର ସେମାନଙ୍କ ବାସଗୃହ ପାଇଛନ୍ତି । ଅନ୍ନପୂର୍ଣ୍ଣା ଯୋଜନା ପରେ କଂଗ୍ରେସ ଖାଦ୍ୟ ସୁରକ୍ଷା ଆଇନ ଆଣି ଗରିବମାନଙ୍କ ମୁହଁରେ ଖାଦ୍ୟ ଦେଇ ସେମାନଙ୍କ ମୁହଁରେ ହସ ଫୁଟାଇପାରିଛି । କେନ୍ଦ୍ରରେ ୟୁପିଏ ସରକାର ସମୟରେ ୨୭ କୋଟି ପରିବାର ଗରୀବିରୁ ମୁକ୍ତି ପାଇଥିଲେ ଏହା ପଛରେ ଥିଲା କଂଗ୍ରେସ ସରକାରର ସେମାନଙ୍କ ପ୍ରତି ଉପଯୁକ୍ତ ପଦକ୍ଷେପ । କିନ୍ତୁ କେନ୍ଦ୍ରରେ ଥିବା ମୋଦୀ ସରକାର ସମୟରେ ତାଙ୍କର କର୍ପୋରେଟ୍ ମିତ୍ରମାନଙ୍କର ୧୨ ଲକ୍ଷ କୋଟି ଟଙ୍କା ଋଣ ଛାଡ଼ କରିପାରନ୍ତି କିନ୍ତୁ ଗରୀବ ଚାଷୀର ଋଣ ଛାଡ଼ କରିପାରନ୍ତି ନାହିଁ । କେନ୍ଦ୍ରରେ ଥିବାବେଳେ କଂଗ୍ରେସ ସରକାର ୭୪ ହଜାର କୋଟି ଟଙ୍କାର ଚାଷୀମାନଙ୍କର ହିତ ଉଦ୍ଦେଶ୍ୟରେ କୃଷି ଋଣ ଛାଡ଼ କରିଥିଲେ ।

ଯେଉଁ ରାଜ୍ୟରେ ମଧ୍ୟ କଂଗ୍ରେସ ସରକାର ଗଠନ କରିଛି ସେହି ରାଜ୍ୟମାନଙ୍କରେ ଚାଷୀମାନଙ୍କ କୃଷି ଋଣ ଛାଡ଼ ହୋଇଛି । ମୋଦୀ ସରକାର ସମୟରେ ତାଙ୍କର ପୁଞ୍ଜିପତି ମିତ୍ରମାନେ ଦେଶର ଧନକୁ ଲୁଟ୍ କରି ଋଣ ନେଇ ବିଦେଶରେ ମଉଜ ମଜଲିସ୍ କରୁଛନ୍ତି କିନ୍ତୁ ନିରବଦ୍ରଷ୍ଟା ସାଜିଛନ୍ତି । ଦେଶ ଋଣ ଭାରରେ ବୁଡ଼ି ରହିଛି କିନ୍ତ ପ୍ରଧାନମନ୍ତ୍ରୀ ନିଜ ଆତ୍ମପ୍ରଚାରରେ ବ୍ୟସ୍ତ ବୋଲି ଶ୍ରୀ ରାଉତ କହିଛନ୍ତି । କେନ୍ଦ୍ର ସରକାର ବ୍ୟାଙ୍କ, ରେଲୱେ, ଏୟାରପୋର୍ଟ ସମେତ ବିଭିନ୍ନ ପି.ଏସ୍‌.ୟୁକୁ ଘରୋଇକରଣ କରି ସେମାନଙ୍କ ମିତ୍ରକୁ ସହଯୋଗ କରିବାରେ ଲାଗିପଡ଼ିଛନ୍ତି । ଏ ସରକାର କର୍ପୋରେଟ୍ ମିତ୍ରମାନଙ୍କର ଗରୀବ ମାନଙ୍କ ବିରୋଧି ବୋଲି ସାମ୍ବାଦିକ ସମ୍ମିଳନୀରେ ମତ ରଖିଥିଲେ ଶ୍ରୀ ରାଉତ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ପ୍ରଶାନ୍ତ ଶତପଥି, ପଂଚାନନ ଦାସ ଓ ଝୁନା ପଟ୍ଟନାୟକ ଉପସ୍ଥିତ ଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button