ରାଜ୍ୟ

ଖଣ୍ଡଗିରିରେ ପ୍ରତିଷ୍ଠା ହେବ ଖାରବେଳଙ୍କ ପ୍ରତିମୂର୍ତ୍ତି, ୨୦ ଫୁଟ୍‌ ଉଚ୍ଚର ମୂର୍ତ୍ତି ନିର୍ମାଣ ଚାଲିଛି

ଭୁବନେଶ୍ୱର,୧୦/୦୯: ଐତିହ୍ୟ ସମ୍ପନ୍ନ ପ୍ରସିଦ୍ଧ ଖଣ୍ଡଗିରି ପାହାଡ଼ଠାରେ ପ୍ରତିଷ୍ଠା ହେବ ଖାରବେଳଙ୍କ ପ୍ରତିମୂର୍ତ୍ତି । ଐର ଖାରବେଳଙ୍କ ଏକ ୨୦ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇ ସ୍ଥାପନ କରାଯିବ । ଏଥିନିମନ୍ତେ ପ୍ରତିମୂର୍ତ୍ତି ଚୟନ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲୁ ରହିଛି ବୋଲି ବିଧାନସଭାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି ।

ଗତ ୬ ତାରିଖରେ ବିଧାୟକ ସନାତନ ମହାକୁଡ଼ଙ୍କ ଏ ସମ୍ପର୍କିତ ଏକ ପ୍ରଶ୍ନରେ ଉତ୍ତର ରଖି ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ଏଥିସହ ବିଭାଗ ପକ୍ଷରୁ ଶ୍ରୀକ୍ଷେତ୍ର ପୁରୀଠାରେ କାଞ୍ଚି ଅଭିଯାନ ସ୍ମାରକୀ ଏବଂ ଖଣ୍ଡଗିରିଠାରେ ଐର ଖାରବେଳଙ୍କ ସ୍ମାରକୀ ପ୍ରତିଷ୍ଠା ବିଚାରାଧୀନ ରହିଛି ବୋଲି ମନ୍ତ୍ରୀ କହିଛନ୍ତି । ତେବେ ଦୀର୍ଘଦିନ ଧରି ଖାରବେଳଙ୍କ ସ୍ମୃତିଚାରଣ ତଥା ତାଙ୍କ କଥା ଓ ଗାଥାକୁ ବଞ୍ଚାଇ ରଖିବା ପାଇଁ ଖଣ୍ଡଗିରି ପାଦ ଦେଶରେ ଏକ ପ୍ରତିମୂର୍ତ୍ତି ନିର୍ମାଣ ଲାଗି ଦାବି ହୋଇ ଆସୁଥିଲା । ଯାହା ସରକାର ଏବେ ପୂରଣ କରିବାକୁ ଯାଉଛନ୍ତି ବୋଲି ସରକାରୀ ତଥ୍ୟରୁ ସୂଚନା ମିଳିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button