ରାଜ୍ୟ

ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା

ନ୍ଦନେଶ୍ଵର, ୧୦/୯ : ବ୍ୟାଙ୍କ୍ ଭିତରୁ ଲୁଟ୍। ବାଲେଶ୍ଵର ଜିଲ୍ଲା ଭୋଗରାଇ ଚନ୍ଦନେଶ୍ଵର ଠାରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଭିତରୁ ଜଣେ ଗ୍ରାହକଙ୍କ ୩୦ହଜାର ଟଙ୍କା ଲୁଟ୍ ହୋଇଛି। ଗହଳିର ମଉକା ଦେଖି ମଙ୍ଗଳବାର ପ୍ରାୟ ୧୧.୧୫ମିନିଟ ସମୟରେ ଟଙ୍କା ଲୁଟ୍ କରି ଚମ୍ପଟ ମାରିଛି ଲୁଟେରା। ଗ୍ରାହକ ଜଣକ ଭୋଗରାଇର ଶ୍ରଦ୍ଧାପୁର ପଞ୍ଚାୟତ ଅଧିନ ଖଡ଼ିବିଲ ଗାଁର ଶେକ ଯଶିରୁଦ୍ଦିନ ବୋଲି ଜଣାପଡିଛି।

ଏନେଇ ସେ ତାଳସାରୀ ସାମୁଦ୍ରିକ ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ୩ ଦିନ ବ୍ୟାଙ୍କ ବନ୍ଦ ଥିବାରୁ ସୁଭଦ୍ରା ଯୋଜନା ପାଇଁ ମଙ୍ଗଳବାର ବ୍ୟାଙ୍କରେ ପ୍ରବଳ ଭିଡ଼ଥିଲା। ପ୍ରାୟ ୧୦୦ରୁ ଅଧିକ ଗ୍ରାହକ ବ୍ୟାଙ୍କ ଭିତରେ ନେଣଦେଣ କରୁଥିଲେ। ଶ୍ରଦ୍ଧାପୁର ପଞ୍ଚାୟତ ଅଧିନ ଖଡ଼ିବିଲ ଗାଁର ଶେକ ଯଶିରୁଦ୍ଦିନ ମଧ୍ୟ ବ୍ୟାଙ୍କ ଆସିଥିଲେ। ସେ ତାଙ୍କ ଜମାଖାତାରୁ ୩୦ହଜାର ଟଙ୍କା ଉଠାଇ ନିଜ ବ୍ୟାଗ ଭିତରେ ରଖିଥିଲେ। କ୍ୟାସ୍ କାଉଁଟର ପାଖରୁ ବ୍ୟାଙ୍କ ଫାଟକ ପର୍ଯ୍ୟନ୍ତ ଆସି ବ୍ୟାଗ ଭିତର ଦେଖିବାରୁ ଟଙ୍କା ନଥିଲା। ଏହାପରେ ସେ ତୁରନ୍ତ ଶାଖା ପରିଚାଳକଙ୍କୁ ଅବଗତ କରିଥିଲେ। ଶାଖା ପରିଚାଳକ ବ୍ୟାଙ୍କର ଫାଟକ ବନ୍ଦ କରି ସିସିଟିଭି ଯାଞ୍ଚ୍ କରିଥିଲେ ମଧ୍ୟ କିଛି ଜାଣିପାରି ନଥିଲେ। ଏହାପରେ ଶେକ ତାଳସାରୀ ସାମୁଦ୍ରିକ ଥାନାରେ ଅଭିଯୋଗ କରିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button