ରାଜ୍ୟ

ବର୍ଷୁଛି ନିଆଁ : ୪୫ ଡିଗ୍ରୀ ଛୁଇଁଲା ପାରଦ – Ibnodisha

[ad_1]

ଭୁବନେଶ୍ୱର : ସାରା ରାଜ୍ୟରେ ତାତିର ପ୍ରକୋପ ଜାରି ରହିଛି । ପାରଦ ଉପର ମୁହାଁ ହୋଇଥିବା ବେଳେ ଅନେକ ସହରର ତାପମାତ୍ରା ୪୦ଂ ଉପରକୁ ଚାଲିଗଲାଣି । ଏ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ସେଲ୍‌ସିୟସ ଛୁଇଁଛି । ୪୫.୨ ଡିଗ୍ରୀ ସହ ବୌଦ୍ଧ ଓ ବାରିପଦା ପାଲଟିଛନ୍ତି ସର୍ବାଧିକ ଉତ୍ତପ୍ତ ସହର । ଗତକାଲି ୪୪.୩ ସହ ଦେଶର ଉତ୍ତପ୍ତ ସହର ଥିଲା ବୌଦ୍ଧ । ପାଣିପାଗ କେନ୍ଦ୍ର ପକ୍ଷରୁ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ରାଜ୍ୟର ମୟୂରଭଞ୍ଜ, ବୌଦ୍ଧ, କଟକ, କେନ୍ଦୁଝର, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ନବରଙ୍ଗପୁର, ଗଞ୍ଜାମ, ଖୋର୍ଦ୍ଧା, ଦେବଗଡ, ଏବଂ ଢେଙ୍କାନାଳ ଜିଲ୍ଲାରେ ଗ୍ରୀଷ୍ମ ଲହରୀ ଅନୁଭୁତ ହୋଇଥିବା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ସେହିପରି ୨୧ ଓ ୨୨ ତାରିଖରେ କାଳବୈଶାଖୀ ପ୍ରଭାବ ହେତୁ ୨୪ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ସାମନ୍ୟ ହ୍ରାସ ପାଇବାର ସମ୍ଭାବନା ରହିଛି । କାଳବୈଶାଖୀ ପ୍ରଭାବରୁ ତାପମାତ୍ରା ଟିକେ ହ୍ରାସ ପାଇପାରେ । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ପକ୍ଷରୁ କୁହାଯାଇଛି ଯେ ୨୧ ଓ ୨୨ ତାରିଖରେ କାଳବୈଶାଖୀ ପ୍ରଭାବ ହେତୁ ୨୧ରୁ ୨୪ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ହ୍ରାସ ପାଇବ । କିନ୍ତୁ ୨୫ ତାରିଖଠାରୁ ପୁଣି ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି । ତେଣୁ ୨୬ ଏପ୍ରିଲରୁ ମେ’ ୨ ତାରିଖ ମଧ୍ୟରେ ରାଜ୍ୟରେ ପୁଣି ଉଷ୍ମ-ଆଦ୍ର ପାଣିପାଗ ରହିବା ସହ କିଛି ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ସମ୍ଭାନା ରହିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button