ରାଜ୍ୟ

ସ୍ୱେଚ୍ଛାକୃତ ଅବସର ନେଲେ ଆଇପିଏସ୍ ବି.ରାଧିକା – Ibnodisha

[ad_1]

ଭୁବନେଶ୍ୱର: ୧୯୮୯ ବ୍ୟାଚ୍ ଆଇପିଏସ୍ ବି.ରାଧିକା ନିଜ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି । ରାଜ୍ୟ ସରକାର ତାଙ୍କର ଆବେଦନକୁ ଗ୍ରହଣ କରି ଫେବୃୟାରୀ ୧ ଅପରାହ୍ନରୁ ତାଙ୍କୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ଅନୁମତି ଦେଇଛନ୍ତି । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଧିକା କେନ୍ଦ୍ରୀୟ ଡେପୁଟେସନରୁ ଫେରି ଗତ ନଭେମ୍ବର ୨୮ତାରିଖରେ ଓଡ଼ିଶା କ୍ୟାଡ଼ରରେ ଯୋଗ ଦେଇଥିଲେ । ରାଧିକା ଚଳିତବର୍ଷ ଜୁଲାଇ ମାସରେ ୬୦ବର୍ଷ ବୟସ ପୂରଣ କରୁଥିବାରୁ ଉକ୍ତ ମାସରେ ସରକାରୀ ଚାକିରିରୁ ଅବସର ନେଇଥାନ୍ତେ । ବିଜ୍ଞପ୍ତି ଅନୁସାରେ, ୧୯୮୯ ବ୍ୟାଚ୍ ଓଡ଼ିଶା କ୍ୟାଡରର ଆଇପିଏସ୍ ବି.ରାଧିକା ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ୨୦୨୩ ଡିସେମ୍ବର ୩୧ ଓ ଚଳିତବର୍ଷ ଜାନୁୟାରୀ ୧୧ ତାରିଖରେ ଦୁଇଥର ଆବେଦନ କରିଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button