ରାଜ୍ୟ

ପୁଣି ଖଟିଆ ରେ ବୁହା ହେଲେ ରୋଗୀ

ନବରଙ୍ଗପୁର,25/07/22(IBN ଓଡ଼ିଶା)ରାସ୍ତାର ସୋଚନୀୟ ଅବସ୍ଥା ଯୋଗୁଁ ଗାଁ କୁ ପହଂଚି ପାରିଲାନି ଆମ୍ବୁଲାନ୍ସ୍ । ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ । ଏଭଳି ଆଉ ଏକ ଘଟଣା ସାମନାକୁ ଆସିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଅଂଚଳରେ ।
ପ୍ରାପ୍ତ ସୂଚନା ମୁତାବକ୍ ଚନ୍ଦାହାଣ୍ଡି ବ୍ଲକ୍ ଧୋଡ଼ିପାଣି ପଞ୍ଚାୟତ ଅନ୍ତର୍ଗତ ଜାମପଡ଼ା ଗ୍ରାମର ଜସବନ୍ତ ମାଝୀଙ୍କ ସ୍ତ୍ରୀ ତପସ୍ବିନୀ ମାଝୀ ଆଜି ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ୍ କୁ ଫୋନ୍ କରିଥିଲେ । ଫୋନ୍ ପାଇ ଆମ୍ବୁଲାନ୍ସ୍ ମଧ୍ୟ ବାହାରିଲା କିନ୍ତୁ ଉକ୍ତ ଗ୍ରାମକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ୍ ଗାଁ କୁ ପହଂଚି ନ ପାରି ୨୦୦ ମିଟର ଦୂରରେ ଅଟକି ରହିଥିଲା । ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏକ ଖଟିଆରେ ତପସ୍ବିନୀଙ୍କୁ ବୋହି ଆମ୍ବୁଲାନ୍ସ୍ ନିକଟକୁ ଆଣିଥିଲେ ଏବଂ ଚନ୍ଦାହାଣ୍ଡି ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତପସ୍ବିନୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିବାବେଳେ ଉଭୟ ମାଁ ଓ ଶିଶୁ ସୁସ୍ଥ ଥିବା ଡାକ୍ତର ଖାନାରୁ ସୂଚନା ମିଳିଛି । ପ୍ରବଳ ବର୍ଷା ସାଙ୍ଗକୁ ରାସ୍ତାର ଦୁରାବସ୍ଥା ଯୋଗୁଁ ବହୁ ଗ୍ରାମକୁ ଗମନାଗମନର ସୁବିଧା ନଥିବାରୁ ଏଭଳି ଚିତ୍ର ବାରମ୍ବାର ସାମନାକୁ ଆସୁଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button