ରାଜ୍ୟ
ସ୍କୁଲରେ ସାରଙ୍କ ନିର୍ଘାତ ମାଡ଼, ଥାନାରେ ମାମଲା ରଜୁ

ବୌଦ୍ଧ:ଦଣ୍ଡ ମୁକ୍ତ ଅଂଚଳରେ ସାମ୍ନା କୁ ଆସିଛି ଭୟଙ୍କର ଦଣ୍ଡ।ଆଉ ଏପଟେ ପ୍ରତ୍ୟକ ସ୍କୁଲକୁ ଦଣ୍ଡ ମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ବେଳେ ,ଏହା ସତ୍ତ୍ୱେ ପିଲାଙ୍କୁ ହୋଇଛି ନିର୍ଘାତ ମାଡ଼। ସବୁ ନିୟମକୁ ଜଳାଞ୍ଜଳି ଦେଇ ପିଲାଙ୍କୁ ଶିକ୍ଷକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ୍ରୁ ଆସିଛି।
ଛତ୍ରଙ୍ଗ ପଞ୍ଚାୟତରେ ରହିଛି ଝାରଖମନ ପ୍ରାଥମିକ ବିଦ୍ୟାଳୟ। ଏହି ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ପଢ଼ନ୍ତି ବିକାଶ ବେହେରା। ବିକାଶଙ୍କୁ ଉକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକ ପରମାନନ୍ଦ ସାହୁ ଗୀତ ଲେଖି ଆଣିବାକୁ କହିଥିଲେ। କିନ୍ତୁ ବିକାଶ ଗୀତ ଲେଖି ପାରିନଥିଲେ। ଯେଉଁଥିପାଇଁ ଶିକ୍ଷକ ଶ୍ରୀ ସାହୁ ତାଙ୍କୁ ମାଡ଼ ମାରିଥିଲେ। ମାଡ଼ ଏମିତି ହୋଇଥିଲା ଯେ ପିଲାର ପିଠି, ଜଙ୍ଗ, ଗୋଡ଼ରେ ମାଡ଼ର ଚିହ୍ନ ହୋଇଛି।