ରାଜ୍ୟ

ମନ୍ତ୍ର ଧୂନିରେ ପ୍ରକମ୍ପିତ ହେଉଛି ଖଣ୍ଡଗିରି କୁମ୍ଭ ମେଳା – Ibnodisha

[ad_1]

ଭୁବନେଶ୍ୱର: ପବିତ୍ର ମାଘ ସପ୍ତମୀଠାରୁ ଆରମ୍ଭ ହୋଇଥିବା ଖଣ୍ଡଗିରି କୁମ୍ଭ ମେଳା ଆଜି ଦ୍ୱିତୀୟ ଦିନରେ ପହଞ୍ôଚଛି । ଏନେଇ ଲୋକଙ୍କ ଗହଳି ଚହଳିରେ ମେଳା ଲୋକାରଣ୍ୟ ହେଉଥିବା ବେଳେ ସାଧୁ ସନ୍ଥଙ୍କ ମନ୍ତ୍ର ଧୂନିରେ ପ୍ରକମ୍ପିତ ହେଉଛି ଖଣ୍ଡଗିରି ପହାଡ଼ ପାଦଦେଶ । ସାଧୁ ସନ୍ଥମାନେ ଦିନ ବେଳା ଯଜ୍ଞ କୁଣ୍ଡରେ ବିଶ୍ୱ କଲ୍ୟାଣ ପାଇଁ ଆହୁତି ଦେଉଥିବା ବେଳେ ସଞ୍ଜ ନଇଁ ଆସିବା ମାତ୍ରେ ସମଗ୍ର ପାହାଡ଼ରେ ଆଧ୍ୟାତ୍ମିକ ପରିବେଶ ସାଙ୍ଗକୁ ଜମୁଛି ଭାଜନ କୀର୍ତ୍ତନ । ଏପରି ଭାବ ବିହ୍ୱଳ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଛି ତପଭୂମିରେ । ଏହାସହ ଶହଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି ନାଗା ଓ ଗିରି ସାଧୁଙ୍କ ପାଖରେ । ଯେପରି ମନେ ହେଉଛି ସାଧୁସନ୍ଥ ମାନଙ୍କର ଆବାହ୍ନରେ ସ୍ୱୟଂ ଇଶ୍ୱର ଧରା ପୃଥିବୀକୁ ୯ଦିନ ପାଇଁ ଆବତାରଣ କରିଛନ୍ତି ।

ନିଜ ଜୀବନର ଦୁଃଖ କଷ୍ଟ ସହିତ ଆଗ ପରିଚିତ ହୁଅ
ନିଜ ଜୀବନର ଦୁଃଖ କଷ୍ଟ ସହିତ ତୁମେ ଆଗ ପରିଚିତ ହୁଅ । ତା’ପରେ ଅନ୍ୟର ଦୁଃଖ କଷ୍ଟକୁ ଭଲ ଭାବରେ ବୁଝି ପାରିବ । ଏ ମଣିଷ ପାଖରେ ସମୟ ନାହିଁ ଇଶ୍ୱରଙ୍କୁ ଭକ୍ତି କରିବା କିମ୍ବା ଧ୍ୟାନ କରିବାକୁ କିନ୍ତୁ, ନିଜର ଦୁଃଖ ସମୟରେ କାହିଁକି ଭଗବାନଙ୍କୁ ଡାକନ୍ତି ଏମାନେ । ଯଦି ଭଗବାନଙ୍କୁ ପର୍ଥାନ କରିବା ପାଇଁ ପ୍ରକୃତ ସମୟ ତୁମ ପାଖରେ ନାହିଁ ତାହେଲେ ଭଗବାନ ତୁମ ପାଖରେ ନରହିବାଟା ହିଁ ସାର ବୋଲି ଶ୍ରୀ ପାଞ୍ଚ ଦାଶନମ୍ ଜୁନା ଆଖରା, ଦଶ ମହାବିଦ୍ୟାପୀଠ ତ୍ରିବେଣୀ ସଙ୍ଗମ ଗୋଶାଲା, ଧାମ୍ ଓଜୟିନି ମଧ୍ୟପ୍ରଦେଶରୁ ଆସିଥିବା ନାଗା ବାବା ଶ୍ରୀ ଦିଗମ୍ବର ବାମ୍ୱମ୍ପୁରି ମହାରାଜ କହିଛନ୍ତି ।

ଛୁଇଁ ଦେଲେ ଭଲ ହେଉଛି ପୁରୁଣା ରୋଗ
ଖଣ୍ଡଗିରି ସାଧୁ ମହାକୁମ୍ଭ ମେଳାରେ ଡେରା ପକାଇଛନ୍ତି ବାବା ଆର୍ତ୍ତତ୍ରାଣ । ଭୁବନେଶ୍ୱର ଲୁମ୍ବିନ ବିହାରରେ ରହୁଥିବା ବାବା ଆର୍ତ୍ତତ୍ରାଣ ବେଶ୍ ପରିଚିତ ତାଙ୍କର ବୈଦୀ ଚିକିତ୍ସା ପାଇଁ । ବାବା ଛୁଇଁ ଦେବା ମାତ୍ରେ ଭଲ ହେଇଯାଉଛି ଗଣ୍ଠିବାତଠୁ ଆରମ୍ଭ କରି ବହୁ ପୁରୁଣା ରୋଗ । ସେଥି ପାଇଁ ବହୁ ଦୂର ଦୂରାନ୍ତରରୁ ତାଙ୍କ ଭକ୍ତ ମାନେ ଛୁଟିଛନ୍ତି ତାଙ୍କ ଦର୍ଶନ ପାଇଁ । ଦୀର୍ଘ ୩ବର୍ଷ ହେବ ବାବା ଖଣ୍ଡଗିରି ମେଳାକୁ ଆସୁଛନ୍ତି । ତାଙ୍କର ନିଜସ୍ୱ ପ୍ରୟାସ ବଳରେ ୨୦୦ରୁ ଉର୍ଦ୍ଧ କଳସ ବୁଳାଳି ଖଣ୍ଡଗିରିରେ କଳସ ବୁଡ଼ାଇବାକୁ ସୁଜଗ ପାଇଛନ୍ତି । ଏଥିରେ କଟକରୁ ୭୦, ଭୁବନେଶ୍ୱର ସଲିଆ ସାହିରୁ ୫୦, ଖୋର୍ଦ୍ଧା ଜଟଣୀରୁ ୫୦, ଆଠଗଡରୁ ୩୦ ଜଣ ପୁରୁଷ ମହିଳା କଳସ ବୁଡ଼ାଇଛନ୍ତି ବୋଲି ବାବା ଆର୍ତ୍ତତ୍ରାଣ କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button