ଜମି ଦୁର୍ନୀତୀ ମାମଲାରେ ହେମନ୍ତ ସୋରେନ ଗିରଫ – Ibnodisha

[ad_1]
ରାଞ୍ଚି: ଜମି ଦୁର୍ନୀତୀ ମାମଲାରେ ଶେଷରେ ଝାରଖଣ୍ଡର ବିଦାୟୀ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରିଛି ଇଡି। ଜମି ଦୁର୍ନୀତି ମାମଲାରେ ଆଜି ଇଡି ତାଙ୍କୁ ଦୀର୍ଘ ୫ ଘଣ୍ଟାରରୁ ଅଧିକ ସମୟ ଜେରା କରିବା ପରେ ଗିରଫ କରିଛି। ବିଧିବଦ୍ଧ ଭାବେ ଗିରଫ ହେବା ପୂର୍ବରୁ ହେମନ୍ତ ସୋରେନ ରାଜଭବନରେ ପହଞ୍ଚିଥିଲେ। ଇଡି ଅଧିକାରୀଙ୍କ ଉପସ୍ଥିତିରେ ସେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନନଙ୍କୁ ନିଜର ଇସ୍ତଫାପତ୍ର ଦେଇଥିଲେ। ଏହାପରେ ଇଡି ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଥିବା ଘୋଷଣା କରିଛି।
ସୋମବାର ଇଡି ପକ୍ଷରୁ ହେମନ୍ତ ସୋରେନଙ୍କ ଦିଲ୍ଲୀ ସ୍ଥିତ ଭାସଭବନରେ ଇଡିର ଅଧିକାରୀମାନେ ରେଡ କରିଥିଲେ। ରେଡ ବେଳେ ଜମି ଦୁର୍ନୀତି ସହ ଜଡ଼ିତ ଏକାଧିକ ଦସ୍ତାବିଜ ଓ ନଗଦ ୩୬ ଲକ୍ଷ ଟଙ୍କା ମିଳିଥିଲା। ଜେରା ବେଳେ ହେମନ୍ତ ସୋରେନ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ଫଳରେ ଇଡି ତାଙ୍କୁ ନିଜ ହେପାଜତକୁ ନେଇଥିଲା। ଇଡି ହେପାଜତରେ ଥିବା ବେଳେ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ତାଙ୍କୁ ଇଡି ଗିରଫ କରିଛି। ଆଜି ସେ ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି। କିନ୍ତୁ ତାଙ୍କ ନାଁ ବେଆଇନ ଖଣି ଖନନ ଓ କୋଇଲା ଘୋଟାଲା ଭଳି ମାମଲା ମଧ୍ୟ ରହିଛି। ଏହି ମାମଲାର ତଦନ୍ତ ମଧ୍ୟ ଉଭୟ ଇଡି ଓ ସିବିଆଇ କରୁଛନ୍ତି। ଦୁଇ ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କ ସକ୍ରିୟ ଭୂମିକା ଥିବା ପ୍ରମାଣ ଇଡି ହାତରେ ଲାଗିଛି। ତେଣୁ ଆଗକୁ ହେମନ୍ତ ସୋରେନଙ୍କ ଅଡ଼ୁଆ ବଢ଼ିବ ବୋଲି କୁହାଯାଉଛି।
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ହେମନ୍ତ ସୋରେନ
[ad_2]