ଦେଶ

ଆମେରିକାରେ ଶକ୍ତିଶାଳୀ ସାମୁଦ୍ରିକ ବାତ୍ୟା, ୨ ମୃତ, ଲକ୍ଷ ଲକ୍ଷ ଲୋକ ପ୍ରଭାବିତ – Ibnodisha

[ad_1]

ଓ୍ବାସିଂଟନ : ଆମେରିକାରେ ବଡ଼ ଧରଣର ସାମୁଦ୍ରିକ ବାତ୍ୟା ବ୍ୟାପକ କ୍ଷୟକ୍ଷତି ସୃଷ୍ଟି କରିଛି । ସୋମବାର ଆସିଥିବା ଏହି ବାତ୍ୟା ଯୋଗୁଁ ପ୍ରାୟ ୧୬୦୦ ବିମାନକୁ ବାତିଲ କରାଯାଇଥିଲା ।   ରାଜଧାନୀ ୱାଶିଂଟନରେ ଥିବା ପ୍ରାୟ ସମସ୍ତ ସରକାରୀ କାର୍ଯ୍ୟାଳୟ କୁ ଶୀଘ୍ର ବନ୍ଦ କରି ଦିଆଯାଇଥିଲା । ଏହି ବାତ୍ୟା ଯୋଗୁଁ ଆମେରିକାର ପେନସିଲଭାନିଆଠାରୁ ଆରମ୍ଭ କରି ଜର୍ଜିଆ ପର୍ଯ୍ୟନ୍ତ ଅଂଚଳରେ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି । ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ଏହି ବାତ୍ୟା ଯୋଗୁଁ ଏପର୍ଯ୍ୟନ୍ତ ୨ ଜଣ ଲୋକ ପ୍ରାଣ ହରାଇଛନ୍ତି । ତେବେ ଆହୁରି ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି ।

ଭର୍ଜିନିଆର ଲାଉଡୁନ୍ କାଉଣ୍ଟିରେ ପାଖାପାଖି ୧୫ ହଜାର ଲୋକ ବିନା ବିଜୁଳିରେ ରହୁଛନ୍ତି। ଆମେରିକାର ଜାତୀୟ ପାଣିପାଗ ସେବା ଏକ ସତର୍କ ସୂଚନା ଜାରି କରି କହିଛି ଯେ ଆଲାବାମାରୁ ପଶ୍ଚିମ ନ୍ୟୁୟର୍କ ରାଜ୍ୟ ପର୍ଯ୍ୟନ୍ତ ୨୯.୫ ନିୟୁତରୁ ଅଧିକ ଲୋକ ସୋମବାର ଟର୍ନେଡୋ ଯୋଗୁଁ ପ୍ରଭାବିତ ହୋଇଛନ୍ତି ।  ଏହି ବାତ୍ୟା କାରଣରୁ ୱାଶିଂଟନରେ ସ୍କୁଲବନ୍ଦ କରାଯାଇଛି ଏବଂ ସ୍ଥାନୀୟ ଲୋକଙ୍କୁ ଘର ଭିତରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ବାତ୍ୟା ଯୋଗୁଁ ପ୍ରାୟ ୧୬୦୦ ଫ୍ଲାଇଟକୁ ବାତିଲ କରାଯାଇଥିବାବେଳେ ୮ ହଜାରରୁ ଅଧିକ ଫ୍ଲାଇଟ୍ ବିଳମ୍ବିତ ହୋଇଛି । ଏହି ବାତ୍ୟା ଯୋଗୁଁ ଆମେରିକାର କେତେକ ଏୟାରପୋର୍ଟ କ୍ଷତିଗ୍ରସ୍ତ ହୋଇଛି ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button