ଅପରାଧ

ପ୍ରଥମେ ଅପହରଣ ତାପରେ ଦୁଷ୍କର୍ମ ଆଉ ତାପରେ…. – Ibnodisha

[ad_1]

ରାଜସ୍ଥାନ: ରାଜସ୍ଥାନ ଭିଲୱାଡାରେ ୧୨ ବର୍ଷର ଜଣେ ନାବାଳିକାଙ୍କୁ ଜିଅନ୍ତା ଜାଳିଦେଇଛନ୍ତି । ଗଣୁଷ୍କର୍ମ ପରେ ତାଙ୍କୁ ଏକ ଇଟାଭାଟିରେ ପୋଡିଦେଇଥିବା ପୋଲିସ ସୂତ୍ରରୁ ଦେଖିବାକୁ ମିଳିଛି । ଇଟାଭାଟି ନିକଟରେ ଝିଅର ଚାନ୍ଦି କଡା ଖେିବା ପରେ ନାବାଳିକାଙ୍କ ପରିବାର ଲୋକଙ୍କ ମନରେ ସନ୍ଦେହ ଜାତ ହୋଇଥିଲା ।

ଖବର ମୁତାବକ, ଯେତେବେଳେ ସେମାନେ ଆଖପାଖର ଲୋକଙ୍କୁ ଏହି ବିଷୟରେ ପଚାରିଥିଲେ ଲୋକେ କହିଥିଲେ ଯେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ କରାଯାଇଛି । ଏହାପରେ ତାଙ୍କୁ ଭାଟିରେ ଜିଅନ୍ତା ଜାଳିିଆଯାଇଛି । ଭାଟି ନିକଟରେ ନାବାଳିକାଙ୍କ ଜଳନ୍ତା ଶରୀରର କିଛି ଅଂଶ ମଧ୍ୟ ପଡିଥିବାର ଖେିବାକୁ ମିଳିଥିଲା । ତେବେ ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି କିଛି ବ୍ୟକ୍ତିଙ୍କୁ ଗିରଫ କରିଛି । ବର୍ତ୍ତମାନ ଅôକ ତଦନ୍ତ ଜାରି ରହିଛି ।

ଖବର ମୁତାବକ, ଏଠାରେ ଗାଁରେ ରହୁଥିବା ଜଣେ ୧୨ ବର୍ଷର ନାବାଳିକା ବିଲକୁ ଛେଳି ଚରାଇବାକୁ ଯାଇଥିଲେ । କିନ୍ତୁ ସେ ଆଉ ଘରକୁ ଫେରିନଥିଲେ । ଦୀର୍ଘ ସମୟ ଅପେକ୍ଷା କରିବା ପରେ ପରିବାର ଲୋକେ ତାଙ୍କୁ ଖୋଜିବା ଆରମ୍ଭ କରିଥିଲେ ।

ଯେତେବେଳେ ସେମାନେ ଚାଷ ଜମିକୁ ଯାଇଥିଲେ ସେଠାରେ ଥିବା ଇଟାଭାଟିରେ କୋଇଲା ପାଉଁଶରେ ନାବାଳିକାଙ୍କ ଚାନ୍‌ି କଡା ଦେଖିବାକୁ ପାଇଥିଲେ । ଭାଟି ପାଖରେ ନାବାଳିକାଙ୍କ ମୃତଦେହର କିଛି ଅଂଶ ମଧ୍ୟ ଦେଖିବାକୁ ମିଳିଥିଲା । ଏ ସମ୍ପର୍କରେ ତୁରନ୍ତ ପୋଲିସକୁ ସୂଚନା ଦିଆଯାଇଥିଲା । ଫରେନସିକ୍ ଟିମ୍ ସହ ପୋଲିସ ଘଟଣାସ୍ଥଳରେ ପହଞ୍ôଚଥିଲା । ସେଠାରୁ ନାବାଳିକାଙ୍କ ଚାନ୍ଦି କଡା ସହ ମୃତ ଶରୀରର ଜଳନ୍ତି ଅଂଶ ଜବତ କରି ଫରେନସିକ୍ ଲ୍ୟାବକୁ ପଠାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button