ମହଙ୍ଗା ପଡ଼ିଲା ସ୍କୁଲ୍ରେ ବିଧାୟକଙ୍କ ଜନ୍ମଦିନ ପାଳିବା ; ପ୍ରଧାନଶିକ୍ଷୟିତ୍ରୀ ହେଲେ ନିଲମ୍ବିତ – Ibnodisha

[ad_1]
ଯାଜପୁର : ମହଙ୍ଗା ପଡ଼ିଲା ସ୍କୁଲ୍ରେ ବିଧାୟକଙ୍କ ଜନ୍ମଦିନ ପାଳିବା। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଯାଜପୁର ଜିଲ୍ଲା ବଜ୍ରଗିରି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରାଯାଇଛି।
ଧର୍ମଶାଳା ବ୍ଲକର ୧୫ ନମ୍ବର ଜୋନରେ ଉପନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବଜ୍ରଗିରି ପ୍ରକଳ୍ପ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ରବିବାର ସ୍କୁଲ୍ ଛୁଟି ଥିବା ବେଳେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ୟୁନିଫର୍ମରେ ଆସି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଜନ୍ମଦିନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଏପରି ଏକ କାର୍ଯ୍ୟକ୍ରମ କରିବାକୁ କିପରି ଅନୁମତି ମିଳିଲା ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିବା ସହ ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ଏହି ଘଟଣାରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସାଧନା ଭଞ୍ଜଙ୍କୁ ଧର୍ମଶାଳା ବିଇଓ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ଏହାପରେ ଯାଜପୁର ଜିଲ୍ଲାପାଳ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିବା ସୂଚନା ମିଳିଛି।
[ad_2]




