ଦେଶ

ଅଫିସରେ ଗୁରୁଜୀଙ୍କୁ ସମ୍ମାନିତ କରି ଅଡ଼ୁଆରେ ପଡ଼ିଲେ ଯୁବ ଆଇଏଏସ୍ ଅଧିକାରୀ, ଦେବାକୁ ପଡ଼ିଲା କୈଫିୟତ୍ – Ibnodisha

[ad_1]

ନୂଆଦିଲ୍ଲୀ: ୟୁପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଜଣେ ଆଇଏଏସ୍ ଅଧିକାରୀ ହେବା ଏକ ବଡ଼ ସଫଳତା । ଅଧିକାରୀମାନେ ମଧ୍ୟ ବେଳେବେଳେ ସେମାନଙ୍କ ସଫଳତା ପାଇଁ ଶ୍ରେୟ ଦେବା ପାଇଁ ଭାବପ୍ରବଣ ହୋଇ ପଡ଼ନ୍ତି । ଦିଲ୍ଲୀରେ ଅବସ୍ଥାପିତ ଆଇଏଏସ୍ ଅଧିକାରୀ ଲକ୍ଷ୍ମୀ ସିଂଘଲ୍ ମଧ୍ୟ ସେଭଳି କିଛି କରି ଅସୁବିଧାରେ ପଡ଼ିଲେ। ଦିଲ୍ଲୀରେ ଡିଏମ୍ ପଦରେ ନିଯୁକ୍ତ ଲକ୍ଷ୍ମୀ ସିଂଘଲ୍ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଚେୟାରରେ ବସାଇ ନିଜର ‘ଗୁରୁଜୀ’କୁ ସମ୍ମାନିତ କରିଥିଲେ। ଯେତେବେଳେ ଏହାର ଭିଡିଓ ସାମ୍ନାକୁ ଆସିଲା, ସେତେବେଳେ ଜଣେ ସରକାରୀ ଅଧିକାରୀଙ୍କ ଚୌକିରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ବସିବା ନେଇ ବିବାଦ ଆରମ୍ଭ ହୋଇଘଲା। ଶେଷରେ, ଆଇଏଏସ୍ ଲକ୍ଷ୍ମୀ ସିଂଘଲଙ୍କୁ ଏହି ସମଗ୍ର ବିଷୟ ନେଇ ସ୍ପଷ୍ଟୀକରଣ ଦେବାକୁ ପଡ଼ିଲା । ଘଟଣାଟି ଦକ୍ଷିଣ ପଶ୍ଚିମ ଦିଲ୍ଲୀର। ଆଇଏସ୍ ଲକ୍ଷ୍ମୀ ସିଂଘଲ୍ ଦକ୍ଷିଣ ପଶ୍ଚିମ ଦିଲ୍ଲୀ ଜିଲ୍ଲାର ଡିଏମ୍ ଅର୍ଥାତ ଜିଲ୍ଲାପାଳ। ନିକଟରେ ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ଦେଖାଗଲା ଯେ ଜଣେ ବୟସ୍କ ବ୍ୟକ୍ତି ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଚେୟାରରେ ବସିଛନ୍ତି ଏବଂ ଜିଲ୍ଲାପାଳ ଲକ୍ଷ୍ମୀ ସିଂଘଲ୍ ତାଙ୍କୁ ଦୁଇ ଯୋଡ଼ି ସ୍ୱାଗତ କରୁଛନ୍ତି। ବେକରେ ଉତ୍ତରୀୟ ପକାଉଛନ୍ତି। ଭିଡିଓ ସାମ୍ନାକୁ ଆସିବା ମାତ୍ରେ ପ୍ରଶ୍ନ ଉଠିଥିଲା ଯେ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ସରକାରୀ ଚେୟାରରେ ବସାଇବା ଉଚିତ ନୁହେଁ, ସେ ଯେତେ ସମ୍ମାନିତ ହୁଅନ୍ତୁ ନା କାହିଁକି।
ଏହାପ‌ରେ ଦିଲ୍ଲୀର ରାଜସ୍ବ ବିଭାଗ ପକ୍ଷରୁ ସିଂଘଲଙ୍କୁ କୈଫିୟତ୍ ମଗାଗଲା। ସେ ତାଙ୍କ ସ୍ପଷ୍ଟୀକରଣରେ କହିଛନ୍ତି ଯେ, ଚେୟାରରେ ବସିଥିବା ବୃଦ୍ଧ ଜଣେ ପୁରୋହିତ। ସେ ତାଙ୍କ ଲାଗି ପିତୃତୁଲ୍ୟ ବ୍ୟକ୍ତି ଥିଲେ, ତେଣୁ ସିଂଘଲ୍ ନିଜ ଚେୟାରରେ ବସାଇ ତାଙ୍କୁ ସମ୍ମାନିତ କରିଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button