ଦେଶ

ସ୍ତ୍ରୀ ଆତ୍ମହତ୍ୟାର ଭିଡିଓ ରେକର୍ଡିଂ କଲା ସ୍ୱାମୀ – Ibnodisha

[ad_1]

ହାଇଦ୍ରାବାଦ: ଉଗ୍ରରୂପ ନେଲା ସ୍ୱାମୀ ସ୍ତ୍ରୀଙ୍କ କଳି । ନିଶାସକ୍ତ ଅବସ୍ଥାରେ ନିଷ୍ଠୁର ପାଲଟି ଗଲା ସ୍ୱାମୀ । ମଦ୍ୟପାନ ନଛାଡିଲେ ଆତ୍ମହତ୍ୟା କରିବାର ଧମକ ଦେଲା ସ୍ତ୍ରୀ । ସ୍ତ୍ରୀ ଜୀବନ ହାରିବା ବେଳେ ବଞ୍ଚାଇବା ବଦଳରେ ଭିଡିଓ ରେକର୍ଡିଂ କଲା ସ୍ୱାମୀ । ମହିଳା ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଭଳି ଘଟଣା ଘଟିଛି ହାଇଦ୍ରାବାଦ ଆସିଫନଗର ପୋଲିସ ଷ୍ଟେସନ ଅଧୀନରେ ଥିବା ସୟଦ ଆଲିଗୁଡାରେ । ମୃତ ମହିଳା ଜଣଙ୍କ ହେଉଛନ୍ତି ଆର୍ଶାବେଗମ । ତାଙ୍କ ସ୍ୱାମୀ ହେଉଛନ୍ତି ଶେଖ ରସୁଲ । ଶେଖ ରସୁଲଙ୍କ ଦୁଇ ପତ୍ନୀ ଥିଲେ । ପ୍ରଥମ ପତ୍ନୀଙ୍କ ୪ ସନ୍ତାନ ଥିବା ବେଳେ ସେ ତାଙ୍କୁ ଛାଡି ଆର୍ଶାବେଗମଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଥିଲେ । ଶେଖ ରସୁଲ ପ୍ରତିଦିନ ମଦ୍ୟପାନ କରନ୍ତି । ଏହାକୁ ଅନେକ ସମୟରେ ବାରଣ କରୁଥିଲେ ତାଙ୍କ ଦ୍ୱିତୀୟ ସ୍ତ୍ରୀ ।

ଅନେକ ସମୟରେ ମଦ୍ୟପାନ କରି ଆର୍ଶାବେଗମଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ମଧ୍ୟ ଦିଅନ୍ତି । ଉଭୟଙ୍କ ମଧ୍ୟରେ ବଚସା ଲାଗି ରହୁଥିଲା । ଯାହା ପରବର୍ତ୍ତୀ ମୁହୁର୍ତ୍ତରେ ଉଗ୍ରରୂପ ଧାରଣା କରିଥିଲା । ଶେଖ ରସୁଲ ମଦ୍ୟପାନ କରିଥିବାରୁ ଡିସେମ୍ବର ୧୧ ତାରିଖରେ ସ୍ତ୍ରୀଙ୍କ ସହ ବଚସା ହୋଇଥିଲା । ସେ ମଦ ନଛାଡିଲେ ଆର୍ଶାବେଗମ ଜୀବନ ହାରିବେ ବୋଲି ସ୍ୱାମୀଙ୍କୁ ଧମକ ଦେଇଥିଲେ । ଏହାପରେ ନିଶାସକ୍ତ ଅବସ୍ଥାରେ ଶେଖ ରସୁଲ ଥଟ୍ଟାରେ ସ୍ତ୍ରୀକୁ କହିଥିଲେ, ତୁ ମରିଗଲେ ମୁଁ ମୋ ପ୍ରଥମ ସ୍ତ୍ରୀ ପାଖକୁ ପଳାଇବି । ଏଥି ସହ ସେ କେବେ ଆଖି ଆଗରେ ଲାଇଭ୍ ମୃତ୍ୟୁ ଦେଖିନାହାନ୍ତି ବୋଲି କହିଥିଲେ । ଶେଷରେ ଆର୍ଶାବେଗମ ସ୍ୱାମୀ ଆଗରେ ଝୁଲିପଡିଥିଲେ । କିନ୍ତୁ ସ୍ତ୍ରୀକୁ ବଞ୍ଚାଇବା ପରିବର୍ତ୍ତେ ସେ ଫୋନରେ ଭିଡିଓ ଉତ୍ତୋଳନ କରିଥିଲେ । ସ୍ତ୍ରୀର ମୃତ୍ୟୁ ହୋଇଥିବା ଜାଣିପାରିବା ପରେ ତାଙ୍କ ଭାଇଙ୍କୁ ଡାକି ଆର୍ଶାବେଗମ ଆତ୍ମହତ୍ୟା କରିଥିବା କହିଥିଲେ । ଏହି ଖବର ଚାରିଆଡେ ପ୍ରଚାର ହେବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତ ଶେଖ ରସୁଲଖୁ ଗିରଫ କରିଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button