୨୦୨୬ ଜାନୁଆରୀ ସୁଦ୍ଧା ଡେଙ୍ଗୁ ପ୍ରତିରୋଧକ ଟିକା ପ୍ରସ୍ତୁତ କରାଯିବ – Ibnodisha
[ad_1]
ନୂଆଦିଲ୍ଲୀ: ୨୦୨୬ ଜାନୁଆରୀ ସୁଦ୍ଧା ଡେଙ୍ଗୁ ଟିକା ହେବ ଉପଲବ୍ଧ। । ଭାରତର ଟିକା ପ୍ରସ୍ତୁତକାରୀ କମ୍ପାନୀ ଆଇଆଇଏଲ ବା ଇଣ୍ଡିଆନ ଇମ୍ୟୁନୋଲଜିକାଲ ଲିମିଟେଡ ପକ୍ଷରୁ ୨୦୨୬ ଜାନୁଆରୀ ସୁଦ୍ଧା ଡେଙ୍ଗୁ ପ୍ରତିରୋଧକ ଟିକା ପ୍ରସ୍ତୁତ କରାଯିବ ବୋଲି କୁହାଯାଇଛି। ବିଗତ କିଛିବର୍ଷ ଧରି ଭାରତରେ ଡେଙ୍ଗୁ ଆତଙ୍କ ସୃଷ୍ଟି କରିଥିବାବେଳେ ଏପର୍ଯ୍ୟନ୍ତ ଟିକା ଉଦ୍ଭାବନ ହୋଇପାରିନାହିଁ । ଚଳିତବର୍ଷ ଜାନୁଆରୀରୁ ଜୁଲାଇ ୩୧ ମଧ୍ୟରେ ଭାରତରେ ୩୧ ହଜାର ୪୬୪ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ୩୬ ଜଣଙ୍କର ମୃତ୍ୟୁ ଘଟିଛି । ତେବେ କୋଭିଡ୍ ଯୋଗୁଁ ୨୦୨୧-୨୨ରେ ସଂକ୍ରମଣ ହାର ୨୧ ପ୍ରତିଶତକୁ ହ୍ରାସ ପାଇଥିଲା। ବର୍ତ୍ତମାନ ଡେଙ୍ଗୁ ପାଇଁ ଉଦ୍ଧିଷ୍ଟ ଟିକା ପରୀକ୍ଷାମୂଳକ ସ୍ତରରେ ରହିଛି। ୧୮ରୁ ୫୦ ବର୍ଷ ବୟସର ୯୦ ଜଣଙ୍କୁ ଏହି ଟିକା ଦିଆଯାଇଥିବା ବେଳେ ସେମାନଙ୍କ ଶରୀରରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ ବୋଲି ଆଇଆଇଏଲ ଏମ୍ଡି କହିଛନ୍ତି। ବର୍ତ୍ତମାନ ଡେଙ୍ଗୁ ପାଇଁ ଉଦ୍ଦିଷ୍ଟ ଟିକା ପରୀକ୍ଷାମୂଳକସ୍ତରରେ ରହିଛି।
[ad_2]