ଦୁଇ ଜଣ ଭଉଣୀଙ୍କ ସହ ୧୦ ଜଣ ଯୁବକ ଯାହା କଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ…. – Ibnodisha

[ad_1]
ରାୟପୁର: ଛତିଶଗଡ଼ରୁ ଆସିଛି ଅତ୍ୟନ୍ତ ଭୟଙ୍କର ଘଟଣା । ଦୁଇ ଜଣ ଭଉଣୀଙ୍କୁ ୧୦ ଜଣ ଯୁବକ ଟେକି ନେଇ ଗଣଦୁଷ୍କର୍ମ କରିଛନ୍ତି । ଦୁଇ ଭଉଣୀଙ୍କ ମଧ୍ୟରୁ ଜଣେ ନାବାଳିକା । ସେମାନେ ରାକ୍ଷୀ ବାନ୍ଧିବା ପାଇଁ ତାଙ୍କ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ସେଠାରୁ ସମ୍ପର୍କୀୟ ଭାଇଙ୍କ ସହ ଘରକୁ ଫେରୁଥିବା ବେଳେ ରାଜ୍ୟର ରାଜଧାନୀ ରାୟପୁରରେ ଏପରି ଘଟଣା ଘଟିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବେ ଦୁଇ ଦିନିଆ ଛତିଶଗଡ଼ ଗସ୍ତରେ ଥିବା ବେଳେ ଗୁରୁବାର ସନ୍ଧ୍ୟାରେ ଏପରି ଘଟଣା ଘଟିଛି । ପୀଡ଼ିତା ଦ୍ୱୟଙ୍କ ବୟାନକୁ ଆଧାର କରି ୧୦ ଜଣ ଯୁବକଙ୍କୁ ଗିରଫ କରିଛି ପୁଲିସ । ଏମାନଙ୍କ ମଧ୍ୟରେ ଜଣେ ହତ୍ୟା ଅଭିଯୁକ୍ତ ରହିଛି । ସେ ନିକଟରେ ଗୋଟିଏ ଦୁଷ୍କର୍ମ ମାମଲାରେ ଜାମିନରେ ମୁକୁଳିଥିଲା । ରାୟପୁର ଏସ୍ପି ପ୍ରଶାନ୍ତ ଅଗ୍ରୱାଲ କହିଛନ୍ତି, ଅଗଷ୍ଟ ୩୧ ତାରିଖ ସନ୍ଧ୍ୟାରେ ମନ୍ଦିର ହାସାଉଦ ଅଞ୍ଚଳରେ ଏହି ଘଟଣା ଘଟିଛି । ଦୁଇ ଭଉଣୀ ତାଙ୍କର ଜଣେ ସମ୍ପର୍କୀୟଙ୍କ ସହ ଘରକୁ ଫେରୁଥିଲେ ।
ସେମାନେ ସହର ଠାରୁ ସାମାନ୍ୟ ଦୂରରେ ଥିବା ବେଳେ ୩ ଜଣ ଯୁବକ ଭାନସୋଜ ଅଞ୍ଚଳରେ ସେମାନଙ୍କୁ ଅଟକାଇଥିଲେ । ପ୍ରଥମେ ସେମାନେ ଦୁଇ ପୀଡ଼ିତା ଓ ତାଙ୍କ ସମ୍ପର୍କୀୟଙ୍କ ଠାରୁ ମୋବାଇଲ ଫୋନ ଓ ପର୍ସ ଲୁଟ କରିଥିଲେ । କିଛି ସେକେଣ୍ଡ ମଧ୍ୟରେ ୪ଟି ବାଇକରେ ଆଉ କିଛି ଯୁବକ ସେଠାରେ ପହଞ୍ଚିଥିଲେ । ସେମାନେ ଦୁଇ ଭଉଣୀଙ୍କୁ ବଳ ପୂର୍ବରୁ ଟେକି ନେଇ ଗାଡ଼ିରେ ବସାଇଥିଲେ । ତାଙ୍କ ସମ୍ପର୍କୀୟଙ୍କୁ ମାଡ଼ ମଧ୍ୟ ମାରିଥିଲେ । ଲୁଟ ସ୍ଥାନରୁ କିଛି ଦୂରରେ ଥିବା ଗୋଟିଏ ନିଛାଟିଆ ସ୍ଥାନକୁ ସେମାନେ ଦୁଇ ଭଉଣୀଙ୍କୁ ନେଇ ଦୁଷ୍କର୍ମ କରିଥିଲେ । ତେବେ ଦୁଇ ଭଉଣୀ କୌଣସି ମତେ ପୁଲିସ୍ ଷ୍ଟେସନରେ ପହଞ୍ଚି ଅଭିଯୋଗ କରିଥିଲେ । ଏହାପରେ ପୁଲିସ୍ ସ୍ୱତନ୍ତ୍ର ଟିମ ଗଠନ କରି ଅଭିଯୁକ୍ତମାନଙ୍କୁ ଧରିଛି । ଗୁରୁବାର ରାତିରେ ପ୍ରଥମେ ୬ ଜଣଙ୍କୁ ଧରା ଯାଇଥିଲା । ଏହାପରେ ଆଉ ୪ ଜଣଙ୍କୁ ଗିରଫ କରାଯାଇଥିବା ଏସ୍ପି ଅଗ୍ରୱାଲ କହିଛନ୍ତି ।
[ad_2]