ଦେଶ

ଟ୍ରକ ଏବଂ ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା : ୧୯ ମୃତ – Ibnodisha

[ad_1]

ନୂଆଦିଲ୍ଲୀ : ମେକ୍ସିକୋରେ ଟ୍ରକ ଏବଂ ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା ହୋଇଛି । ଯାହାଫଳରେ ୧୯ ଜଣଙ୍କ ପ୍ରାଣହାନୀ ଘଟିଛି । ଏଥିସହିତ ୨୨ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଯାଇଛି । ଯାତ୍ରୀବାହୀ ବସ୍ ସହ ଟ୍ରକ ମୁହାଁମୁହିଁ ଧକ୍କା ହେବା ପରେ ବସ୍‌ରେ ନିଆଁ ଲାଗିଯାଇଥିଲା ଫଳରେ ୧୯ ଜଣଙ୍କର ମୃତ୍ୟୁ ହୋଇଯାଇଛି । ବସ୍‌ରେ ନିଆଁ ଲାଗିଯାଇଥିବାରୁ ବସଟି ସଂପୂର୍ଣ୍ଣ ଭାବେ ଜଳିଯାଇଛି।ବସ୍ ମାଜାତଲାନର ଲସ ମୋଚିସ ସହର ଯାଉଥିଲା । ତାର ବିପରୀତ ଦିଗରୁ ଏକ ଟ୍ରକ ଆସୁଥିଲା। କୌଣସି କାରଣରୁ ଯାତ୍ରୀବାହୀ ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ବନ୍ଦରଗାହ ସହରର ମାଜାତଲାନ ପାଖରେ ଥିବା ଏଲୋଟା ଟାଉନସିପରେ ହୋଇଥିଲା। ତେବେ ଏହି ଦୁର୍ଘଟଣା ଫଳରେ ବସରେ ନିଆଁ ଲାଗିଯାଇଥିଲା । ସେହି ସମୟରେ ଯାତ୍ରୀମାନେ ଜୀବନ ରକ୍ଷା ପାଇଁ ପାଟି କରିଥିଲେ । ବସ୍‌ ଓ ଟ୍ରକ ଉଭୟରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ । କ୍ଷଣିକ ମଧ୍ୟରେ ଘଟିଗଲା ଦୁର୍ଘଟଣା । ବିକଳ ଚିତ୍କାରରେ ଫାଟିପଡିଥିଲା ସ୍ଥାନୀୟ ଅଂଚଳ । ଏହା ଶୁଣି ସ୍ଥାନୀୟ ଲୋକମାନେ ଘଟଣା ସ୍ଥଳକୁ ଯାଇଥିଲେ । ଏଭଳି ଅବସ୍ଥା ଦେଖି ଜରୁରୀକାଳୀନ ଟିମଙ୍କୁ ଖବର ଜଣାଇଥିଲେ । ଖବର ପାଇ ଜରୁରୀକାଳୀନ ଟିମ ପହଞ୍ଚି ସେଠାରେ ପହଂଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଏହି ଦୁର୍ଘଟଣାରେ ୧୯ ଜଣଙ୍କ ଜୀବନ ଚାଲିଯାଇଥିଲା ବେଳେ ୨୨ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଯାଇଛି । ଆହତ ହୋଇଥିବା ବ୍ୟକ୍ତିଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣା କେମିତି ଘଟିଲା ପୋଲିସ ଏହାର ଯାଞ୍ଚ କରୁଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button