ରାଜନୀତି

ଲୋକସଭା ନିର୍ବାଚନ ପାଇଁ ୟୁପିରେ ସପା ପ୍ରାର୍ଥୀଙ୍କ ନାଁ ଘୋଷଣା – Ibnodisha

[ad_1]

ଲକ୍ଷ୍ନୌ : ଲୋକସଭା ନିର୍ବାଚନ ପାଇଁ ୟୁପିରେ ସପା ପ୍ରାର୍ଥୀଙ୍କ ନାଁ ଘୋଷଣା । କିଏ କେଉଁଠି ନିର୍ବାଚନ ଲଢ଼ିବେ ସପା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ପ୍ରଥମ ପର୍ଯ୍ୟାୟରେ ୧୬ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଯେଉଁଥିରେ ଡିମ୍ପଲ ଯାଦବ, ଧର୍ମେନ୍ଦ୍ର ଯାଦବ ଏବଂ ଅକ୍ଷୟ ଯାଦବଙ୍କ ଭଳି ବରିଷ୍ଠ ନେତାଙ୍କ ନାମ ରହିଛି । ଅଖିଲେଶ ଯାଦବ ୟୁପିରେ କଂଗ୍ରେସକୁ ୧୧ ଓ ରାଷ୍ଟ୍ରୀୟ ଲୋକ ଦଳକୁ ୭ ଆସନ ଅଫର କରିଛନ୍ତି । ଇଣ୍ଡିଆ ମେଣ୍ଟ ବୈଠକରେ ଏହି ପ୍ରସ୍ତାବ ରଖାଯାଇଥିଲା। କଂଗ୍ରେସ ଓ ଆରଏଲଡି କିନ୍ତୁ ୨୨ ଓ ୮ ଆସନ ଦାବି କରିଛନ୍ତି। ସର୍ବାଧିକ ଲୋକସଭା ଆସନ ବିଶିଷ୍ଟ ୟୁପିର ୮୦ ଆସନ ରହିଥିବାବେଳେ ମେଣ୍ଟରେ ଆସନ ବୁଝାମଣାକୁ ନେଇ ଲାଗିରହିଥିବା ସସପେନ୍ସ ଭିତରେ ୧୬ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଏସପି । ଯେଉଁଥିରେ ମେନପୁରରୁ ଡିମ୍ପଲ ଯାଦବ ମଇଦାନକୁ ଓହ୍ଲାଇବେ । ବଦାୟୁରୁ ଧର୍ମେନ୍ଦ୍ର ଯାଦବ, ଖିରିରୁ ଅର୍କେଶ ବର୍ମାଙ୍କ ଭଳି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button