ଦେଶ

କିଛି ଲୋକ ଅଭ୍ୟାସଗତ ଭାବେ ବିଶୃଙ୍ଖଳା ସୃଷ୍ଟି କରିଥାନ୍ତି: ମୋଦୀ – Ibnodisha

[ad_1]

ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନ ବୁଧବାର ଠାରୁ ଆରମ୍ଭ ହୋଇଛି । ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିକ୍ରିୟା ରଖିଛନ୍ତି । ପରୋକ୍ଷରେ ସଂସଦରେ ନାରାବାଜି କରୁଥିବା ସାଂସଦଙ୍କୁ କଡା ସମାଲୋଚନା କରିଛନ୍ତି ମୋଦୀ । କାହାର ନାମ ନନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କିଛି ଲୋକ ଅଭ୍ୟାସଗତ ଭାବେ ବିଶୃଙ୍ଖଳା ସୃଷ୍ଟି କରିଥାନ୍ତି ।

ବିଗତ ୧୦ ବର୍ଷରେ ଆପଣମାନେ କଣ କରିଛନ୍ତି ସମୀକ୍ଷା କରନ୍ତୁ । ଆପଣଙ୍କ ବ୍ୟବହାରକୁ ନେଇ ଲୋକେ କଣ କହୁଛନ୍ତି ପଚାରି ବୁଝନ୍ତୁ । ବଜେଟ ଅଧିବେଶନ ସେମାନଙ୍କ ପାଇଁ ପଶ୍ଚାତାପର ସମୟ ବୋଲି ମୋଦୀ କହିଛନ୍ତି । ଏପରି କରୁଥିବା ଲୋକମାନେ ଆନ୍ତରିକତା ଦେଖାଇବା ଉଚିତ ।

ଅଧିବେଶନର ପ୍ରଥମ ଦିନରେ ଗୃହରେ ଅଭିଭାଷଣ ରଖୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଲୋକସଭାର ଏହା ହେଉଛି ଶେଷ ଅଧିବେଶନ । ଆସନ୍ତା ଏପ୍ରିଲ-ମେ ମାସରେ ଲୋକସଭା ନିର୍ବାଚନ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ କରିବେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button