ଦେଶ

ସକାଳେ ଉଦ୍ଧାର ହେଲେ ରାତିରେ ଆଇଫେଲ୍‌ ଟାୱାର୍‌ ଉପରେ ଶୋଇଥିବା ୨ ନିଶାସକ୍ତ ପର୍ଯ୍ୟଟକ – Ibnodisha

[ad_1]

ପ୍ୟାରିସ୍‌ : ରବିବାର ରାତିରେ ସୁରକ୍ଷା କର୍ମୀଙ୍କ ଅଲକ୍ଷ୍ୟରେ ଆଇଫେଲ୍‌ ଟାୱାର୍‌ ଉପରକୁ ଚଢ଼ି ଶୋଇପଡ଼ିଥିବା ୨ଜଣ ନିଶାସକ୍ତ ଆମେରିକୀୟ ପର୍ଯ୍ୟଟକଙ୍କୁ ସୋମବାର ଦିନ ଉଦ୍ଧାର କରାଯାଇଥିବା କଥା ମଙ୍ଗଳବାର ଦିନ ଏହି ସ୍ମାରକୀର ଅପରେଟର୍‌ କହିଛନ୍ତି।ଅପରେଟର୍‌ ସିତେ କହିଛନ୍ତି ସକାଳ ୯ଟା ବେଳେ ସର୍ବସାଧାଣଙ୍କ ପାଇଁ ଏହି ଟାୱାର୍‌ ଖୋଲାଯିବା ପୂର୍ବରୁ ବଡ଼ି ଭୋର୍‌ରୁ ସୁରକ୍ଷା କର୍ମୀମାନେ ନିୟମିତ ଯାଞ୍ଚ କରୁଥିବା ବ‌େଳେ ସେ ଦୁହିଁଙ୍କୁ ଦେଖି ନିଦରୁ ଉଠାଇଥିଲେ। ସମ୍ବାଦ ସରବରାହ ସଂସ୍ଥାନ ‘ଏଏଫ୍‌ପି’କୁ ପ୍ୟାରିସ୍‌ ପ୍ରୋସିକ୍ୟୁଟର୍‌ କହିଛନ୍ତି, ମାତ୍ରାଧିକ ମଦ୍ୟପାନ କରିଥିବାରୁ ସେମାନେ ଓହ୍ଲାଇ ନ ପାରି ସେଇଠି ଶୋଇପଡ଼ିଥିଲେ। ଅପରେଟର୍‌ ସିତେ କହିଛନ୍ତି, ନିଶାସକ୍ତ ଆମେରିକୀୟମାନେ ମୁକ୍ତ ଆକାଶ ତଳେ ଟାୱାର୍‌ର ଯେଉଁ ସ୍ଥାନରେ ବେଆଇନ ଭାବେ ଶୋଇଥିଲେ ସେ ସ୍ଥାନ ସର୍ବସାଧରଣଙ୍କ ପାଇଁ ନିଷେଧ ଥାଏ। ସେ ସ୍ଥାନଟି ଟାୱାର୍‌ର ଦ୍ବିତୀୟ ଓ ତୃତୀୟ ଥାକ ମଧ୍ୟବର୍ତ୍ତ ଅଞ୍ଚଳରେ ଅବସ୍ଥିତ। ରବିବାର ରାତି ୧୦.୪୦ରେ ‘ଏଣ୍ଟ୍ରି ଟିକେଟ୍‌’ ପାଇଁ ଦେୟ ପୈଠ କରି ଦୁହେଁ  ଟାୱାର ଉପରୁ ତଳକୁ ଓହ୍ଲାଇବା ବେଳେ ‘ସିକ୍ୟୁରିଟି ବାରିୟର୍‌’ ଡେଇଁ ସେଠାକୁ ଚାଲିଯାଇଥିଲେ ବୋଲି ପୁଲିସ କହିଛି। ଦୁହିଁଙ୍କୁ ସେଠାରୁ ଉଦ୍ଧାର କରିବା ବିପଜ୍ଜନକ ଉଚ୍ଚତାରୁ ଲୋକମାନଙ୍କୁ ଉଦ୍ଧାର କରୁଥିବା ‘ସ୍ପେସାଲିଷ୍ଟ୍‌ ୟୁନିଟ୍‌’ ସହିତ ଦମକଳ ବାହିନୀକୁ ପଠାଯାଇଥିଲା। ସେଠାରୁ ଉଦ୍ଧାର ହେବା ପରେ ଦୁହିଁଙ୍କୁ ପଚରା ଉଚରା ପାଇଁ ପ୍ୟାରିସ୍‌ର ଏକ ଥାନାକୁ ନିଆଯାଇଥିଲା। ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଚାଲିବ ବୋଲି ସେତେ କହିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button