ଅପରାଧ

ଚିଟ୍‌ଫଣ୍ଡ ସଂସ୍ଥା ମାଇକ୍ରୋ ଫାଇନାନ୍ସର ଶାଖା ପରିଚାଳକଙ୍କୁ ୩ ବର୍ଷ ଜେଲ୍‌ – Ibnodisha

[ad_1]

ବାଲେଶ୍ୱର : ଚିଟ୍‌ଫଣ୍ଡ ସଂସ୍ଥା ମାଇକ୍ରୋ ଫାଇନାନ୍ସ ଲିମିଟେଡ୍‌ ଆଣ୍ଡ ମାଇକ୍ରୋ ଲିଜିଂ ଆଣ୍ଡ୍‌ ଫଣ୍ଡିଂ ଲିମିଟେଡ୍‌ର କପ୍ତିପଦା ଶାଖା ପରିଚାଳକ ସରୋଜ ନାୟକଙ୍କୁ ଆଜି ୩ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି ବାଲେଶ୍ୱର ସ୍ୱତନ୍ତ୍ର ଓପିଆଇଡି କୋର୍ଟ। ମାମଲାର ବିବରଣୀ ଅନୁଯାୟୀ, ବିଭିନ୍ନ ପ୍ରଲୋଭନ ଦେଖାଇ ଜମାକାରୀଙ୍କଠାରୁ ଏହି ସଂସ୍ଥା ଠକେଇ କରିଥିଲା। ୨୦୧୩ ମସିହାରେ ସଂସ୍ଥାର କପ୍ତିପଦା ଶାଖା ପରିଚାଳକ ସରୋଜ କୁମାର ନାୟକଙ୍କ ବିରୋଧରେ ଜମାକାରୀମାନେ କପ୍ତିପଦା ଥାନାରେ ଅଭିଯୋଗ କରିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଏହି ମାମଲାରେ ୩୫ଜଣ ସାକ୍ଷୀ ଓ ୨୪ଟି ଦସ୍ତାବିଜ୍‌ ଆଧାରରେ ଓପିଆଇଡି କୋର୍ଟ ବିଚାରପତି ବିଶ୍ୱଜିତ ଦାସ ଆଜି ଅଭିଯୁକ୍ତ ଶାଖା ପରିଚାଳକ ଶ୍ରୀ ନାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୩ ବର୍ଷ ଜେଲ୍‌ ସହ ୬୧ହଜାର ଟଙ୍କା ଜରିମାନା ଆଦେଶ ହୋଇଥିବା ବେଳେ ଜରିମାନା ଅନାଦେୟ ଅଧିକ ୧୦ ମାସ କାରାଦଣ୍ଡ ଭୋଗିବାକୁ କୋର୍ଟ ରାୟ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଣବ ପଣ୍ଡା ମାମଲା ପରିଚାଳନା କରୁଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button