ଅପରାଧ

ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ – Ibnodisha

[ad_1]

ବଲାଙ୍ଗୀର: ପାରିବାରିକ କଳହ ନେଲା ଜୀବନ । ସ୍ତ୍ରୀକୁ ଟାଙ୍ଗିଆରେ ହାଣି ବୀଭତ୍ସ ଭାବରେ ହାଣି ହତ୍ୟା କଲା ସ୍ବାମୀ। ବଲାଙ୍ଗୀର ପାଟଣାଗଡ଼ରୁ ଏଭଳି ଜଘଣ୍ୟ ହତ୍ୟାକାଣ୍ଡର ଅଭିଯୋଗ ଆସିଛି। ସୂଚନା ଅନୁସାରେ, ପାଟଣାଗଡ଼ ବ୍ରହ୍ମପୁରାରେ ରହୁଥିବା ଅଞ୍ଜନା ବାଗ ଓ କୃଷ୍ଣ ଚନ୍ଦ୍ରଙ୍କ ପରିବାରରେ ବଚସା କାରଣରୁ ହତ୍ୟାକାଣ୍ଡ ଘଟିଛି । ଉଭୟଙ୍କ ମଧ୍ୟରେ ଅନେକ ସମୟରେ ବଚସା ଲାଗି ରହିଥିଲା। ଆଜି ସକାଳୁ ମଧ୍ୟ ୨ ଜଣଙ୍କ ମଧ୍ୟରେ କଥା କଟାକଟି ହୋଇଥିବା କହିଛନ୍ତି ପରିବାର ଲୋକେ । ଯାହା ପରେ ଅଞ୍ଜନା ବାଗ ଗାଧୋଇବା ପାଇଁ ସ୍ଥାନୀୟ ମାୟାବତୀ ନଦୀକୁ ଯାଇଥିଲେ। ଆଉ ସେତିକିବେଳେ ତାଙ୍କୁ ବାଟରେ ଅଟକାିଥିଲେ ସ୍ବାମୀ କୃଷ୍ଣ ଚନ୍ଦ୍ର ବାଗ ।

ସେହି ସ୍ଥାନରେ ପୁଣି ଥରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଆଉ ସମସ୍ତଙ୍କ ସମ୍ମୁଖରେ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା। ଯାହାକି ପରବର୍ତ୍ତୀ ସମୟରେ ଉଗ୍ର ରୂପ ନେଇଥିଲା । କେହି କିଛି ବୁଝିବା ଆଗରୁ ସ୍ବାମୀ କୃଷ୍ଣ ଚନ୍ଦ୍ର ବାଗ ଆଣିଥିବା ଟାଙ୍ଗିଆରେ ଅଞ୍ଜନାଙ୍କୁ ବାରମ୍ବାର ପ୍ରହାର କରିଥିଲେ । ଫଳରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଛି । ସେପଟେ ଘଟଣା ପରେ ଅଭିଯୁକ୍ତ କୃଷ୍ଣ ଚନ୍ଦ୍ର ସେଠାରୁ ଫେରାର ହୋଇଯାଇଥିଲା ।

ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ପାଟଣାଗଡ଼ ପୋଲିସକୁ ଖବର ଦେଇଥିଲେ। ପାଟଣାଗଡ଼ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଅଧିକ ତଥ୍ୟ ପ୍ରମାଣ ସଂଗ୍ରହ କରୁଛି ପୋଲିସ। ସେହିପରି ଅଭିଯୁକ୍ତ ସ୍ବାମୀକୁ ପୋଲିସ ଧରିଥିବାବେଳେ ତାକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ସେପଟେ ମୃତ ମହିଳାଙ୍କ ବୋହୂ ଓ ପୁଅ କହିଛନ୍ତି, “ଉଭୟଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ଲାଗି ରହୁଥିଲା ଏବଂ ଗତ ରାତିରେ ମଧ୍ୟ ଝଗଡା ହୋଇଥିଲା । ଯେଉଥିପାଇଁ ଆଜି ସେ ତାଙ୍କୁ ଟାଙ୍ଗିଆରେ ହାଣି ଦେଇ ହତ୍ୟା କରିଛନ୍ତି।” ତଥ୍ୟ ପ୍ରମାଣକୁ ଆଧାର କରି ପୋଲିସ ତଦନ୍ତ ଜାରି ରଖିଥିବାବେଳେ ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button