ଅପରାଧ

ଶିମିଳିପାଳରେ ପୁଣି ବଡ ଧରଣର ରେଡ଼ – Ibnodisha

[ad_1]

ମୟୁରଭଞ୍ଜ : ଶିମିଳିପାଳ ଅଭୟାରଣ୍ୟରେ ଚତୁର୍ଥଥର ପାଇଁ ହୋଇଛି ବଡ଼ଧରଣର ଚଢ଼ାଉ । ଲକ୍ଷେ କିମ୍ବା ଦୁଇଲକ୍ଷ ନୁହଁ ୧୦ କୋଟି ୫୦ ଲକ୍ଷଟଙ୍କାର ଅଫିମଗଛ ଜବତ ହୋଇଛି । ଅବକାରୀ ବିଭାଗ କର୍ମଚାରୀ ଏବଂ କରଞ୍ଜିଆ ଅତିରିକ୍ତ ତହସିଲଦାଙ୍କ ଉପସ୍ଥିତିରେ ଚଢ଼ାଉ ହୋଇଛି। ଶିମିଳିପାଳ ଅଭୟାରଣ୍ୟର କୋର ଅଞ୍ଚଳରେ ଥିବା ସାରଦା ଗାଁରେ ୧୫ ଏକର ଜମିରେ ଲକ୍ଷ ଲକ୍ଷ ଅଫିମଗଛ ଚାଷ ହୋଇଥିଲା । କେଉଁଠି ଫୁଲ ଫୁଟିଥିଲା ତ ଆଉ କେଉଁଠି ଫଳ ଶୁଖି ଯାଇଥିଲା । ଅବକାରୀ ବିଭାଗ ଲକ୍ଷାଧିକ ଗଛକୁ ନଷ୍ଟ କରିବା ସହିତ ପୋଡି ଦେଇଥିବା ଦେଖିବାକୁ ମିଳିଛି। ଏହାର ଆନୁମାନିକ ବଜାର ମୂଲ୍ୟ ୧୦ କୋଟି ୫୦ ଲକ୍ଷଟଙ୍କା ହେବ ବୋଲି ଅବକାରୀ ଇନ୍ସପେକ୍ଟର ଶ୍ରୀଧର ମହାନ୍ତିଙ୍କ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି । ତେବେ ଏତେ ପରିମାଣର ଅଫିମ ଗଛ ଜବତ ହେବା ଏହା ଓଡ଼ିଶାର ପ୍ରଥମ ଘଟଣା। ଏବେ ଅଫିମ ଚାଷର ହବ୍ ପାଲଟିଛି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ । ପ୍ରଥମ ଥର ପାଇଁ ଫେବୃଆରୀ ୨୪ ତାରିଖରେ ଶିମିଳିପାଳ ପାଦ ଦେଶରେ ଚଢ଼ାଉ କରି ୨୬ ଲକ୍ଷଟଙ୍କାର ଅଫିମଗଛ ଜବତ ହୋଇଥିଲା। ସେହିପରି ଚଳିତ ମାସ ୧୦ ତାରିଖରେ ଦ୍ୱିତୀୟ ଥର ପାଇଁ ଶିମିଳିପାଳ ଅଭୟାରଣ୍ୟରେ ଚଢ଼ାଉ କରି ୧୮ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଅଫିମଗଛ ଜବତ ହୋଇଥିଲା । ତୃତୀୟ ଥର ପାଇଁ ଚଳିତ ମାସ ୧୬ ତାରିଖରେ ବଡ଼ ଧରଣର ଚଢ଼ାଉ ହୋଇଥିଲା | ତେବେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ଯୋଜଗଡା ଏବଂ ଫୁଲବାଡିରେ ଦେଢ଼ ଲକ୍ଷରୁ ଉର୍ଦ୍ଧ୍ବ ଅଫିମଗଛ ଜବତ କରିବାରେ ସଫଳ ହେଉଛି ଟିମ । ଏହାର ମୂଲ୍ୟ ୩ କୋଟି ୧୦ ଲକ୍ଷଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ପ୍ରେସ ରିଲିଜ କରାଯାଇଥିଲା । ସେହିପରି ଚତୁର୍ଥ ଥର ପାଇଁ ମିଳିତ ଭାବେ ଚଢ଼ାଉ କରି କୋଟି କୋଟି ଟଙ୍କାର ଅଫିମ ଚାଷ ନଷ୍ଟ କରିଛି | ତେବେ ବର୍ଷ ବର୍ଷ ଧରି ଶିମିଳିପାଳ ଅଭୟାରଣ୍ୟରେ ଅଫିମ ଚାଷ ହୋଇ ଆସୁଥିଲେ ସୁଦ୍ଧା ଏଥିରେ ଅଫିମ ଚାଷୀ କିମ୍ବା ମାଫିଆମାନଙ୍କୁ ଧରିବାରେ ସଫଳ ହୋଇନି ପୋଲିସ୍ କିମ୍ବା ଅବକାରୀ ବିଭାଗ ଯାହାକୁ ନେଇ ଉଠିଛି ପ୍ରଶ୍ନବାଚୀ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button