ଅପରାଧ

ଦୁଷ୍କର୍ମକାରୀକୁ ଅକଥନୀୟ ନିର୍ଯାତନା; ନିର୍ଦ୍ଧୁମ ଛେଚିଲେ, ପରିସ୍ରା ପିଆଇଲେ – Ibnodisha

[ad_1]

ଲକ୍ଷ୍ନୌ: ଦୁଷ୍କର୍ମକାରୀକୁ ଅକଥନୀୟ ଅତ୍ୟାଚାର । ଚପଲରେ ମାଡ ମାରିବା ସହ ପରିସ୍ରା ପିଆଇଲେ । ଜୋର ଜବରଦସ୍ତ ପୀଡିତାଙ୍କ ପାଦ ଛୁଆଁଇଲେ। ଏଥିସହ ଦୁଷ୍କର୍ମ କରିଥିବାରୁ ୨ ଲକ୍ଷ ଟଙ୍କା ଦେବାକୁ ଅଭିଯୁକ୍ତ ନିକଟରେ ଦାବି କଲେ ପୀଡିତା ମହିଳାଙ୍କ ପରିବାର ଲୋକେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଅଭିଯୁକ୍ତକୁ ପଶୁ ଭଳି ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ସମ୍ବଲ ଜିଲ୍ଲାର ରାଜପୁରା ପୋଲିସ ଷ୍ଟେସନ ଅଞ୍ଚଳରେ ।

ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ଦୁଷ୍କର୍ମ ଅଭିଯୁକ୍ତକୁ ଗିରଫ କରିଛି । କିନ୍ତୁ ଯେଉଁମାନେ ଅଭିଯୁକ୍ତଙ୍କୁ ଏପରି ନିର୍ଯାତନା ଦେଇଥିଲେ ସେମାନଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି । ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଅଭିଯୁକ୍ତ ପ୍ରତି କଠୋର ହୋଇଯାଇଥିଲେ ପୀଡିତାଙ୍କ ପରିବାର ଲୋକେ । ଅଭିଯୁକ୍ତକୁ ଏକ ଘରେ ପୁରାଇ ପ୍ରଥମେ ଚପଲରେ ମାଡ ମାରିଥିଲେ । ଏହାପରେ ଏକ ପାତ୍ରରେ ପରିସ୍ରା ପିଇବାକୁ ଦେଇଥିଲେ । ଭୟରେ ଅଭିଯୁକ୍ତ ଜଣଙ୍କ ପରିସ୍ରା ପିଇଥିଲା । ଏହାପରେ ପୀଡିତାଙ୍କ ପାଦ ଛୁଇଁବାକୁ କହିଥିଲେ ଆକ୍ରମଣ କରିଥିବା ଲୋକେ । ଭୟରେ ଅଭିଯୁକ୍ତ ଜଣଙ୍କ ପୀଡିତାଙ୍କ ପାଦ ଛୁଇଁ ଭୁଲ ମାଗିଥିଲା । ଏପରି ଲଜ୍ଜାଜନକ କାମ କରିଥିବାରୁ ଅଭିଯୁକ୍ତକୁ ୨ ଲକ୍ଷ ଟଙ୍କା ଦେବାକୁ ଗ୍ରାମବାସୀ ଦାବି କରିଥିଲେ ।

ଏହି ପୁରା ଘଟଣାର ଭିଡିଓ ଉତ୍ତୋଳନ କରି ଏହାକୁ ସୋସିଆଲ ମିଡିଆରେ ଅପଲୋଡ କରାଯାଇଥିଲା । ଯାହା ଭାଇରାଲ ହେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ମହିଳାଙ୍କୁ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ଜଣଙ୍କ । ଏହାପରେ ସେ ଗର୍ଭବତୀ ହେବାରୁ ତାଙ୍କୁ ହସ୍ପିଟାଲକୁ ନେଉଥିଲା । କିନ୍ତୁ ବାଟରେ ମହିଳାଙ୍କ ପରିବାର ଲୋକେ ସେମାନଙ୍କୁ କାବୁ କରିନେଇଥିଲେ । ଏହାପରେ ଅଭିଯୁକ୍ତକୁ ଏକ ଘରେ ତାଲା ପକାଇ ଅକଥନୀୟ ଅତ୍ୟାଚାର ଦେଇଥିଲେ । ପୋଲିସର କହିବା ଅନୁଯାୟୀ, ପୀଡିତାଙ୍କ ସ୍ୱାମୀ ଘରେ ରହୁନଥିବା ବେଳେ ଏହାର ସୁଯୋଗ ନେଇ ଅଭିଯୁକ୍ତ ତାଙ୍କ ଘରକୁ ଯାଇଥିଲା । ଏହାପରେ ତାଙ୍କୁ ଦୁଷ୍କର୍ମ କରି ସେଠାରୁ ପଳାଇ ଆସିଥିଲା । ଏନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ । ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଛି । ତେବେ ଅଭିଯୁକ୍ତଙ୍କୁ ମାଡ ମାରିବା, ପରିସ୍ରା ପିଆଇବା ଏବଂ ୨ ଲକ୍ଷ ଟଙ୍କା ଦାବି ବିଷୟରେ ପୋଲିସ କିଛି କହିନାହିଁ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button