ଅପରାଧ

ସୁନା ଚେନ ପାଇଁ ବୃଦ୍ଧାଙ୍କୁ ମରଣାନ୍ତକ ଆକ୍ରମଣ – Ibnodisha

[ad_1]

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶର ଗାଭରାପାଲେମ ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଘରକୁ ଟିଭି ସଜାଡ଼ିବାକୁ ଆସିଥିଲେ କେବୁଲ ଅପରେଟର ମାତ୍ର ଉକ୍ତ ସମୟରେ ଘରେ ଏକୁଟିଆ ଥିବା ବୃଦ୍ଧାଙ୍କ ବେକରେ ଥିବା ସୁନା ଚେନ୍‌ ଦେଖି ନିଜ ଲୋହ ସମ୍ଭାଳି ପାରିଲେନି। ଏହାପରେ ଉକ୍ତ ଚେନ୍‌ ଛଡ଼ାଇବାକୁ ବୃଦ୍ଧାଙ୍କୁ ମରଣାନ୍ତକ ଆକ୍ରମଣ କରିବାକୁ ପଛାଇଲେ ନାହିଁ। ସିସିଟିଭିରେ ଦେଖିବାକୁ ମିଳୁଛି ଯେ , କେବୁଲ ଅପରେଟର ଗୋବିନ୍ଦ ସୋଫାରେ ବସିଥିବା ବୃଦ୍ଧାଙ୍କ ବେକକୁ ଏକ ତଉଲିଆରେ ଚାପି ରଖିବା ସହ ଅଣ ନିଶ୍ୱାସୀ କରି ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ଏହାପରେ ବୃଦ୍ଧାଜଣକ ଚିତ୍କାର କରିବାରୁ ସେ ସେଠାରୁ ଫେରାର ହୋଇ ଯାଇଥିବା ଜଣାଯାଇଛି। ଏନେଇ ସୂଚନା ପାଇ ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ୍‌ ଏନେଇ ମାମଲା ରୁଜୁ କରି ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜୁଛି। ତେବେ ତାଙ୍କ ପତ୍ତା ମିଳି ପାରି ନ ଥିବା ଜଣାଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button