ଦେଶ

ସମୁଦ୍ରରେ ପହଁରୁଥିବା ମହିଳାଙ୍କ ଗୋଡ଼କୁ କାମୁଡ଼ି କ୍ଷତାକ୍ତ କଲା ସାର୍କ – Ibnodisha

[ad_1]

ସିଡ୍‌ନି: ଅଷ୍ଟ୍ରେଲିଆର ସିଡ୍‌ନି ବନ୍ଦରରେ ପହଁରୁଥିବା ଜଣେ ମହିଳାଙ୍କ ଗୋଡ଼କୁ ଗୋଟାଏ ସାର୍କ ମାଛ କାମୁଡ଼ି କ୍ଷତାକ୍ତ କରିଦେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା କଥା ଆଜି ସରକାରୀ ଅଧିକାରୀ ଓ ଗଣମାଧ୍ୟମ ସବୁ କହିଛନ୍ତି। ସୋମବାର ସନ୍ଧ୍ୟା ବେଳେ ପ୍ରସିଦ୍ଧ ସିଡ୍‌ନି ଅପେରା ହାଉସ୍‌ଠାରୁ ପ୍ରାୟ ୨ କିଲୋମିଟର୍‌ ଦୂରରେ ଥିବା ଏଲିଜାବେଥ୍ ବେ’ରେ ସମୁଦ୍ର ଭିତରକୁ ପହଁରି ଯାଇଥିବା ଉକ୍ତ ମହିଳାଙ୍କୁ ସାର୍କ ଆକ୍ରମଣ କରିଥିଲା।

ଜାରି କରିଥିବା ବିବୃତିରେ ନିୟୁ ସାଉଥ୍‌ ୱେଲ୍‌ଜ୍‌ ପୁଲିସ କହିଛି, ସେ ମହିଳାଙ୍କ ଡାହାଣ ଗୋଡ଼ରେ ସାଙ୍ଘାତିକ କ୍ଷତ ସୃଷ୍ଟି ହୋଇଛି। ପାଣିରୁ ଉଦ୍ଧାର କରାଯିବା ପରେ ଜଣେ ପ୍ରାଣୀ ଚିକିତ୍ସକ ଓ’ନିଲ୍‌ଙ୍କ ଗୋଡ଼ରୁ ରକ୍ତସ୍ରାବ ବନ୍ଦ କରିବା ଲାଗି ଟର୍ଣ୍ଣିକ୍ବେଟ୍‌ (ଏକ ପ୍ରକାର ପଟି) ବାନ୍ଧି ଦେଇଥିଲେ।ସେଣ୍ଟ୍‌ ଭିନ୍‌ସେଣ୍ଟ୍‌ସ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ଓ’ନିଲ୍‌ ଭଲ ଅଛନ୍ତି ବୋଲି ଡାକ୍ତରଖାନାର ଜଣେ ମୁଖପାତ୍ର କହିଛନ୍ତି।

 

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button