ଦେଶ

ପଶ୍ଚିମ ଆଫ୍ରିକାରୁ ଉଦ୍ଧାର ହେଲେ ମୃତ ଭାରତୀୟ ଦମ୍ପତି – Ibnodisha

[ad_1]

ଆବୁଜାନ୍‌: ସନ୍ତୋଷ ଗୋଏଲ୍‌ ଓ ସଞ୍ଜୟ ଗୋଏଲ୍‌ ନାମରେ ଦୁଇଜଣ ଭାରତୀୟଙ୍କର ମୃତ୍ୟୁ ଘଟିଥିବା କଥା ପଶ୍ଚିମ ଆଫ୍ରିକାର କୋଟ୍‌ ଡିଭୟର୍‌ରେ ଥିବା ଭାରତୀୟ ଦୂତାବାସ ଶନିବାର ଦିନ ସୁନିଶ୍ଚିତ କରିଛି। ଆବୁଜାନ୍‌ରୁ ସେମାନଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିଲା। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଦୂତାବାସ ଗଭୀର ସମବେଦନ ଜଣାଇବା ସହିତ ଏଭଳି ଦୁଃଖଦ ସମୟରେ ସେମାନଙ୍କୁ ଯଥାସମ୍ଭବ ସହାୟତା କରିବା ଲାଗି ପ୍ରତିଶ୍ରୁତି ଦେଇଛି।

‘ଏକ୍ସ୍‌’ ପୋଷ୍ଟ୍‌ରେ ଦେଇଥିବା ଔପଚାରିକ ବିବୃତିରେ ଭାରତୀୟ ଦୂତାବାସ କହିଛି ଯେ, ଦମ୍ପତିଙ୍କ ଶବ ସ୍ବଦେଶ ଫେରାଇ ନେବା ପାଇଁ ପରିବହନ ବ୍ୟବସ୍ଥା କରିବା ଲାଗି ସେମାନେ ସ୍ଥାନୀୟ କର୍ତ୍ତୃପକ୍ଷମାନଙ୍କ ସହିତ ସକ୍ରିୟ ସହଯୋଗ କରୁଛନ୍ତି। ଶୋକସନ୍ତପ୍ତ ପରିବାରକୁ ସାମଗ୍ରିକ ସହାୟତା ଯୋଗାଇ ଦେବ ବୋଲି ମଧ୍ୟ ଦୂତାବାସ କହିଛି। ଏହାଛଡ଼ା, କେଉଁ ପରିସ୍ଥିତିରେ ଏହି ଭାରତୀୟ ନାଗରିକଙ୍କର ମୃତ୍ୟୁ ଘଟିଲା ତା’ର ତଦନ୍ତ ବିଷୟରେ ସୁନିଶ୍ଚିତ ହେବାକୁ ମଧ୍ୟ ଦୂତାବାସ ସ୍ଥାନୀୟ କର୍ତ୍ତୃପକ୍ଷମାନଙ୍କ ସହିତ ମିଶି ଉଦ୍ୟମ ଚଳାଇଛି। ସ୍ଥାନୀୟ ପୁଲିସ ଘଟଣାର ତଦନ୍ତ ଚଳାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button