ଦେଶ

ବିଦେଶ ମାଟିରେ ଏନ୍‌ଆଇଏକୁ ବଡ଼ ସଫଳତା; ମୋଷ୍ଟ ୱାଣ୍ଟେଡ୍ ମହମ୍ମଦ ଗୌସ୍ ନିୟାଜି ଗିରଫ – Ibnodisha

[ad_1]

ନୂଆଦିଲ୍ଲୀ: କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି (ଏନ୍‌ଆଇଏ)କୁ ଆଜି ବିଦେଶମାଟିରେ ବଡ଼ ଧରଣର ସଫଳତା ମିଳିଛି । ଭାରତ ପାଇଁ ଆଜି ପର୍ଯ୍ୟନ୍ତ ମୋଷ୍ଟ ୱାଣ୍ଟେଡ୍ ରହିଆସିଥିବା ମହମ୍ମଦ ଗୌସ୍ ନିୟାଜିକୁ ସୁଦୂର ଦକ୍ଷିଣ ଆଫ୍ରିକାରୁ ଗିରଫ କରିବାରେ ସଫଳ ହୋଇଛି ଏନ୍‌ଆଇଏ । ଗୌସ୍‌କୁ ଧରିବା ପାଇଁ ଦୀର୍ଘସମୟ ଧରି ଏନ୍‌ଆଇଏ ଚେଷ୍ଟା କରୁଥିବା ବେଳେ ଆଜି ପର୍ଯ୍ୟନ୍ତ କିନ୍ତୁ ସଫଳତା ମିଳିନଥିଲା । ତେବେ ସେ ଦକ୍ଷିଣ ଆଫ୍ରିକାରେ ଲୁଚି ରହିଥିବା ଗୁଜରାଟର ଏଟିଏସ୍ ଟିମ୍ ଜାଣିବା ପରେ ତାଙ୍କୁ ଗିରଫ କରିବା ପାଇଁ ଏନ୍‌ଆଇଏ ପକ୍ଷରୁ ଅଭିଯାନ ଆରମ୍ଭ କରାଯାଇଥିଲା । ତେବେ ଦୁଇଦେଶ ମଧ୍ୟରେ ରହିଥିବା ପ୍ରତ୍ୟର୍ପଣ ଚୁକ୍ତି ଅନ୍ତର୍ଗତ ଦକ୍ଷିଣ ଆଫ୍ରିକା ସରକାରଙ୍କ ଅନୁମତିକ୍ରମେ ଏନ୍‌ଆଇଏ ଏବେ ଗୌସ୍‌କୁ ମୁମ୍ବାଇ ଆଣିଥିବା ସୂଚନା ମିଳିଛି । ପ୍ରକାଶ, ୨୦୧୬ରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍‌ଏସ୍‌)ର ରୁଦ୍ରେଶ ନାମକ ଜଣେ ଆଗଧାଡ଼ିର ନେତାଙ୍କୁ ବେଙ୍ଗାଲୁରୁରେ ହତ୍ୟା କରାଯିବ ଘଟଣାରେ ଗୌସ୍ ନିୟାଜି ଅନ୍ୟତମ ଅଭିଯୁକ୍ତ ରହିଥିଲା । କିନ୍ତୁ ସେ ଏହି ହତ୍ୟାକାଣ୍ଡ ପରେ ଭାରତ ଛାଡି ଫେରାର ହୋଇଯାଇଥିଲା । ସେବେଠାରୁ ସେ ନିଜ ପରିଚୟ ଏବଂ ଠିକଣା ବାରମ୍ବାର ବଦଳାଇ ବିଭିନ୍ନ ଦେଶରେ ରହିଆସୁଛି । ଗୌସ୍‌, ଭାରତରେ ବର୍ତ୍ତମାନ ସମୟରେ ନିଷିଦ୍ଧ ହୋଇସାରିଥିବା ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍‌ଆଇ)ର ଜଣେ ସକ୍ରିୟ ସଦସ୍ୟ ରହିବା ସହ ଯୁବନେତା ଭାବେ ମଧ୍ୟ ଆତଙ୍କୀ କାର୍ଯ୍ୟକ୍ରମକୁ ସଂଯୋଜନା କରୁଥିଲା । ତେବେ କେତେକ ଘଟଣାରେ ତା’ର ସମ୍ପୃକ୍ତି ଥିବା ସମ୍ପର୍କରେ ଜଣାପଡିବା ପରେ ତା’ ଉପରେ ଏନ୍‌ଆଇଏ ପକ୍ଷରୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button