ଦେଶ

ଚୀନରେ ଆଉ ଏକ ମହାମାରୀର ବିପଦ; ବିଦ୍ୟାଳୟରେ ପିଲାଙ୍କୁ ବ୍ୟାପୁଛି ରହସ୍ୟମୟୀ ସଂକ୍ରମଣ – Ibnodisha

[ad_1]

ଚୀନ୍‌: ଏବେ ଚୀନ୍‌ର ସ୍କୁଲ୍‌ଗୁଡ଼ିକରେ ଗୋଟାଏ ରହସ୍ୟଜନକ ମହାମାରୀ ମୁଣ୍ଡ ଟେକୁଛି । ଅଜବ ଧରଣର ନିମୋନିଆ ବ୍ୟାପିଥିବାରୁ ଏଥିରେ ଅଧିକ ସଂଖ୍ୟାରେ ପିଲାମାନେ ସଂକ୍ରମଣ ହେଉଥିବା ଜଣାପଡିଛି । ବେଜିଂ ଏବଂ ଲିଓନିଂର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅସୁସ୍ଥ ଶିଶୁଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ପାଇଛି। ଏଠାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ଡାକ୍ତରଖାନାର ସମ୍ବଳ ଉପରେ ଚାପ ବଢ଼ୁଛି ବୋଲି ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି।

ଏହି ଅଜଣା ନିମୋନିଆ ଦ୍ୱାରା ଆକ୍ରାନ୍ତ ପିଲାମାନଙ୍କଠାରେ ଶ୍ବାସପ୍ରଶ୍ବାସଜନିତ ସମସ୍ୟା ଦେଖାଯାଉଛି। ସଂକ୍ରାମକ ରୋଗ ସଂକ୍ରମଣ ସଂକ୍ରାନ୍ତରେ ସମଗ୍ର ବିଶ୍ୱରେ ଦୃଷ୍ଟି ରଖୁଥିବା ‘ପ୍ରୋମେଡ୍‌’ ନାମକ ସଙ୍ଗଠନ ଏଥିପାଇଁ ସତର୍କ ସୂଚନା ଜାରି କରିଛି। ଉଲ୍ଲେଖଯୋଗ୍ୟ, ଡିସେମ୍ବର ୨୦୧୯ରେ ‘ସାର୍ସ-କୋଭ୍‌-୨’ ବିଷୟରେ ମଧ୍ୟ ‘ପ୍ରୋମେଡ୍‌’ ସତର୍କ କରାଇଥିଲା। ଇନଫ୍ଲୁଏଞ୍ଜା ଭଳି ଲକ୍ଷଣ ଦେଖାଯାଉଥିବା ଏହି ରୋଗ ସଂକ୍ରମଣ, ବିଶେଷକରି ପିଲାମାନଙ୍କଠାଷରେ ଅଧିକ ଦେଖାଯାଉଥିବାରୁ ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ ଚୀନକୁ ଏ ବିଷୟରେ ଅଧିକ ତଥ୍ୟ ମାଗିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button