ଦେଶ

ହମାସ ବିପକ୍ଷରେ ଦ୍ୱିତୀୟ ପର୍ଯ୍ୟାୟ ଯୁଦ୍ଧ ଆରମ୍ଭ କଲା ଇସ୍ରାଏଲ – Ibnodisha

[ad_1]

ତେଲ ଅବୀବ : ଇସ୍ରାଏଲ ଓ ହମାସ ଯୁଦ୍ଧ ଏବେ ଦ୍ୱିତୀୟ ପର୍ଯ୍ୟାୟରେ ପଂହଚିଛି । ଏହା ଇସ୍ରାଏଲ ଡିଫେନ୍ସ ଫୋର୍ସ ବୁଧବାର କହଛି । ଗାଜା ମଧ୍ୟରେ ପ୍ରବେଶ କରିବା ପରେ ଆଇଡିଏଫ ଏବେ ହମାସର ଟନେଲକୁ ଧ୍ୱଂସ କରିବା ଆରମ୍ଭ କରିଛି । ରୟଟର୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ ଇସ୍ରାଏଲ ଏବେ ଗୁପ୍ତ ସୁଡଙ୍ଗ ମଧ୍ୟରେ ଲୁଚି ରହିଥିବା ହମାସ କମାଣ୍ଡରଙ୍କୁ ଖୋଜି ବାହାର କରି ମାରିବା ଲକ୍ଷ୍ୟରେ ରହିଛି । ଏହା ବିପଦପୂର୍ଣ୍ଣ ହେଲେ ମଧ୍ୟ ଇସ୍ରାଏଲ ସେନା ଆଗକୁ ବଢ଼ିବାରେ ଲାଗିଛି । ଅକ୍ଟୋବର ୭ରେ ଇସ୍ରାଏଲ ସୀମା ମଧ୍ୟକୁ ପ୍ରବେଶ କରି ହମାସ ଆତଙ୍କବାଦୀ ୧୪୦୦ ନାଗରିକଙ୍କୁ ହତ୍ୟା କରିଥିଲେ ଓ ୨୪୦ଜଣଙ୍କୁ ବନ୍ଧକ ରଖିଥିଲେ । ଏହାର ପାଲଟା ଆକ୍ରମଣରେ ଏବେ ଗାଜା ଧିରେ ଧିରେ ଶ୍ମଶାନରେ ପରିଣତ ହେବାରେ ଲାଗିଛି । ହମାସଙ୍କ ଅସ୍ତିତ୍ୱ ଲୋପ ନ ପାଇବା ପର୍ଯ୍ୟନ୍ତ ଏହି ଯୁଦ୍ଧ ଲାଗି ରହିବ ବୋଲି ଇସ୍ରାଏଲ ପକ୍ଷରୁ ସ୍ପଷ୍ଟ କରାଯାଇଛି । ୨୦୦୭ ପରଠାରୁ ହମାସ ଗାଜା ଉପରେ ଶାସନ କରି ଆସୁଛି । ଇରାନ ଏବଂ ଅନ୍ୟ ମୁସଲିମ ଦେଶର ସହାୟତାରେ ୮୦ ମିଟର ଗଭୀରରେ ସେମାନେ ଏକ ସୁଡଙ୍ଗର ସହର ପ୍ରସ୍ତୁତ କରିଛନ୍ତି । ସ୍କୁଲ, ଡାକ୍ତରଖାନା ଓ ମାନବୀୟ ସଂସ୍ଥାନ କେନ୍ଦ୍ରର ତଳେ ସେମାନେ ଏହାକୁ ନିର୍ମାଣ କରିଛନ୍ତି । ଏହାକୁ ନଷ୍ଟ ନ କରିଲେ ହମାସଙ୍କୁ ରୋକି ହେବନି ବୋଲି ଇସ୍ରାଏଲ ପକ୍ଷରୁ କୁହାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button