ଦେଶ

ସ୍ୱାମୀଙ୍କଠୁ ଅଲଗା ହେଲେ ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋନି – Ibnodisha

[ad_1]

ନୂଆଦିଲ୍ଲୀ: ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଶୁକ୍ରବାର ନିଜ ସ୍ୱାମୀଙ୍କଠୁ ଅଲଗା ହୋଇଛନ୍ତି । ମେଲୋନି ନିଜ ଛାଡ଼ପତ୍ର ସମ୍ପର୍କରେ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ । ମେଲୋନିଙ୍କ ପୂର୍ବତନ ପାର୍ଟନର ତଥା ସାମ୍ବାଦିକ ଏଣ୍ଡ୍ରିଆ ଜିୟାମ୍ବ୍ରୁନୋ ଜଣେ ମହିଳା ସହକର୍ମୀଙ୍କୁ ଶାରୀରିକ ସମ୍ବନ୍ଧ ରଖିବା ନେଇ କହୁଥିବା ଏକ ଭିଡିଓ କ୍ଲିପ ଭାଇରାଲ ହୋଇଥିଲା । ଏହାପରେ ମେଲୋନି ଛାଡ଼ପତ୍ର ସମ୍ପର୍କରେ ଘୋଷଣା କରିଥିଲେ । ଛାଡ଼ପତ୍ର ସମ୍ପର୍କରେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କର ମେଲୋନି କହିଥିଲେ, “ଏଣ୍ଡ୍ରିନା ଜିୟାମ୍ବ୍ରୁନୋଙ୍କ ସହିତ ମୋର ସମ୍ପର୍କ ପ୍ରାୟ ୧୦ ବର୍ଷ ଧରି ଚାଲିଲା । ମୁଁ ତାଙ୍କୁ ଏହି ୧୦ ବର୍ଷ ଲାଗି ଧନ୍ୟବାଦ ଜଣାଉଛି । ଏହି ସମୟ ଆମେ ସାଥୀରେ ରହିଥିଲୁ ।

ବହୁ ସମସ୍ୟାର ସମ୍ମୁଖୀନ କରିଥିଲୁ । ଏହାସହିତ ମୋତେ ଜୀବନର ସବୁଠୁ ମହତ୍ତ୍ୱପୂର୍ଣ୍ଣ ଜିନିଷ ଯିଏକି ଆମର ଝିଅ ଜିନେୱରା ଦେଇଥିବାରୁ ଧନ୍ୟବାଦ । ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ତ ସମସ୍ତେ ଜାଣନ୍ତି, ହେଲେ ଏଠାରେ ଆମେ ତାଙ୍କ ପୂର୍ବତନ ପାର୍ଟନର ଏଣ୍ଡ୍ରିନା ଜିୟାମ୍ବ୍ରୁନୋଙ୍କ ସମ୍ପର୍କରେ ଆଲୋଚନା କରିବା । ଏଣ୍ଡ୍ରିନା ଜିୟାମ୍ବ୍ରୁନୋ ପେଶାରେ ଜଣେ ସାମ୍ବାଦିକ । ସେ ଗଣମାଧ୍ୟମ ସଂସ୍ଥାରେ ଜଣେ ଉପସ୍ଥାପକ ଭାବେ କାର୍ଯ୍ୟ କରିଥାନ୍ତି । ୧୯୮୧ ମସିହାରେ ଏଣ୍ଡ୍ରିନା ଜିୟାମ୍ବ୍ରୁନୋ ଇଟାଲୀ ମିଲନଠାରେ ଜନ୍ମଗ୍ରହଣ କରିଥିଲେ । ସେ ୨୨ ବର୍ଷ ବୟସରେ ନିଜର ଟେଲିଭିଜନ କ୍ୟାରିଅର ଆରମ୍ଭ କରିଥିଲେ । ସେତେବେଳେ ସେ ମିଲନ କାଥୋଲିକ ୟୁନିଭର୍ସିଟିରେ ଜଣେ ଛାତ୍ର ଥିଲେ । ନ୍ୟୁଜ ପ୍ରୋଗ୍ରାମ ମେଡିଆସେଟ ରେ ଜଣେ ଉପସ୍ଥାପକ ଭାବେ ବେଶ ଲୋକପ୍ରିୟତା ହାସଲ କରିଥିଲେ ଏଣ୍ଡ୍ରିନା ଜିୟାମ୍ବ୍ରୁନୋ । ଏକ ଟିଭି ଶୋ’ର ଲେଖକ ଥିବା ସମୟରେ ଜର୍ଜିଆ ମେଲୋନିଙ୍କୁ ଭେଟିଥିଲେ ଏଣ୍ଡ୍ରିନା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button